ଅଡ଼ୁଆ ବଢ଼ିବ ଦେଖି କପିଲ ଗୁର୍ଜରକୁ ବିଦା କଲା ବିଜେପି

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବାର ଘଣ୍ଟାଏ ମଧ୍ୟରେ ବିଦା ହୋଇଛି ଶାହୀନ ବାଗରେ ଫାଇରିଂ କରିଥିବା କପିଲ ଗୁର୍ଜର। ଚଳିତ ବର୍ଷ ଫେବୃଆରୀରେ ସିଏଏକୁ ବିରୋଧ କରି ଦିଲ୍ଲୀର ଶାହୀନବାଗରେ ଆନ୍ଦୋଳନ ହେଉଥିଲା। ଏହି ସମୟରେ କପିଲ ଗୁର୍ଜର ଫାଇରିଂ କରିଥିଲା। ପରେ ପୁଲିସ ତାକୁ ଗିରଫ କରିଥିଲା ଓ ସେ ଜାମିନରେ ଆସିଥିଲା। ବୁଧବାର କପିଲ ଗୁର୍ଜର ଗାଜିଆବାଦ ଅଫିସକୁ ଯାଇ ବିଜେପିରେ ସାମିଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହେଉଥିବା ଦେଖି ବିଜେପି […]

KAPIL-GURZAR

Subhransu Sekhar
  • Published: Wednesday, 30 December 2020
  • , Updated: 30 December 2020, 06:39 PM IST

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବାର ଘଣ୍ଟାଏ ମଧ୍ୟରେ ବିଦା ହୋଇଛି ଶାହୀନ ବାଗରେ ଫାଇରିଂ କରିଥିବା କପିଲ ଗୁର୍ଜର। ଚଳିତ ବର୍ଷ ଫେବୃଆରୀରେ ସିଏଏକୁ ବିରୋଧ କରି ଦିଲ୍ଲୀର ଶାହୀନବାଗରେ ଆନ୍ଦୋଳନ ହେଉଥିଲା। ଏହି ସମୟରେ କପିଲ ଗୁର୍ଜର ଫାଇରିଂ କରିଥିଲା। ପରେ ପୁଲିସ ତାକୁ ଗିରଫ କରିଥିଲା ଓ ସେ ଜାମିନରେ ଆସିଥିଲା।

ବୁଧବାର କପିଲ ଗୁର୍ଜର ଗାଜିଆବାଦ ଅଫିସକୁ ଯାଇ ବିଜେପିରେ ସାମିଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହେଉଥିବା ଦେଖି ବିଜେପି ଗୁର୍ଜରକୁ ବିଦା କରି ଦେଇଛି।

ସୂଚନା ଅନୁଯାୟୀ ବିଜେପିର ବରିଷ୍ଠ ନେତାମାନେ ଗୁର୍ଜରକୁ ବିରୋଧ କରିଥିଲେ। ତେଣୁ ଦଳରୁ ସେ ବିଦା ହେବା ଦରକାର ବୋଲି ଦାବି କରିଥିଲେ। ଏହାପରେ ଗାଜିଆବାଦରେ ଥିବା ବିଜେପି ଅଫିସ ସଫେଇ ଦେଇଛି। କପିଲ ଗୁର୍ଜରର ପୂର୍ବ କଥା ଅଫିସ ଜାଣିପାରିନଥିଲା। ତେଣୁ ଭୁଲ ବଶତଃ ତାକୁ ଦଳରେ ସାମିଲ୍ କରାଯାଇଥିଲା।

ବିଜେପିରେ ସାମିଲ୍ ହେବା ପରେ ଗୁର୍ଜର କହିଥିଲା ମୁଖ୍ୟତଃ ହିନ୍ଦୁତ୍ୱ ଏଜେଣ୍ଡା ପାଇଁ ସେ ବିଜେପିରେ ସାମିଲ୍ ହୋଇଥିଲା।

Related story