ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ୱାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଇନକମ ଟ୍ୟାକ୍ସ ନୋଟିସ୍ ପଠାଇଛି। ପୂର୍ବ ନିର୍ବାଚନରେ ସେ ଦାଖଲ କରିଥିବା ଆଫିଡେଭିଟ୍ ଉପରେ ସ୍ପଷ୍ଟୀକରଣ ମାଗି ଆୟକର ବିଭାଗ ଏହି ନୋଟିସ୍ ପଠାଇଛି। ଯାହାକୁ ପାଇଛନ୍ତି ବୋଲି ପାଓ୍ୱାର କହିଛନ୍ତି। କିଛି ଦିନ ତଳେ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ଏନସିପି ନେତ୍ରୀ ତଥା ଶରଦ ପାଓ୍ୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଆୟକର ବିଭାଗର ସମନ ହୋଇଥିଲେ। ସେମାନେ […]

sharad_pawar_uddhav

Subhransu Sekhar
  • Published: Tuesday, 22 September 2020
  • , Updated: 22 September 2020, 03:57 PM IST

ମୁମ୍ୱାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଇନକମ ଟ୍ୟାକ୍ସ ନୋଟିସ୍ ପଠାଇଛି। ପୂର୍ବ ନିର୍ବାଚନରେ ସେ ଦାଖଲ କରିଥିବା ଆଫିଡେଭିଟ୍ ଉପରେ ସ୍ପଷ୍ଟୀକରଣ ମାଗି ଆୟକର ବିଭାଗ ଏହି ନୋଟିସ୍ ପଠାଇଛି। ଯାହାକୁ ପାଇଛନ୍ତି ବୋଲି ପାଓ୍ୱାର କହିଛନ୍ତି। କିଛି ଦିନ ତଳେ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ଏନସିପି ନେତ୍ରୀ ତଥା ଶରଦ ପାଓ୍ୱାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଆୟକର ବିଭାଗର ସମନ ହୋଇଥିଲେ। ସେମାନେ କିଛି ଲୋକଙ୍କୁ ଏଭଳି ସମନ ପଠାଇବା ପାଇଁ ପସନ୍ଦ କରନ୍ତି ବୋଲି ପାଓ୍ୱାର କହିଛନ୍ତି।

ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରରେ ରହିଛନ୍ତି। ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଲୋକସଭାର ସାଂସଦ ରହିଛନ୍ତି। ଏହି ତିନି ଜଣ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାର ଅଭିଯୋଗ ରହିଛି। ତଦନ୍ତ ପାଇଁ ଉଭୟଙ୍କୁ ସ୍ପଷ୍ଟୀକରଣ ଦେବାକୁ ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Related story