ନାମାଙ୍କନ ଦାଖଲ କଲେ ଶତୃଘ୍ନ

ନୂଆଦିଲ୍ଲୀ: ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ଶତୃଘ୍ନ ସିହ୍ନା ଆଜି ବିହାରର ପାଟନା ସାହିବ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ଏବଂ ପରେ ଶତୃଘ୍ନ ଏକ ବିଶାଳ ରୋଡ୍‌ ଶୋ’ କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଏହି ସମୟରେ ବିହାରୀ ବାବୁ ଜିନ୍ଦାବାନ୍ଦ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଶତୃଘ୍ନ ସିହ୍ନାଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିଥିଲେ। ୨୦୧୪ରେ ଶତୃଘ୍ନ ବିଜେପି […]

uuh

Hemant Lenka
  • Published: Monday, 29 April 2019
  • , Updated: 29 April 2019, 09:37 PM IST

ନୂଆଦିଲ୍ଲୀ: ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ଶତୃଘ୍ନ ସିହ୍ନା ଆଜି ବିହାରର ପାଟନା ସାହିବ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ଏବଂ ପରେ ଶତୃଘ୍ନ ଏକ ବିଶାଳ ରୋଡ୍‌ ଶୋ’ କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଏହି ସମୟରେ ବିହାରୀ ବାବୁ ଜିନ୍ଦାବାନ୍ଦ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଶତୃଘ୍ନ ସିହ୍ନାଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିଥିଲେ।

୨୦୧୪ରେ ଶତୃଘ୍ନ ବିଜେପି ଟିକେଟ୍‌ରୁ ଏହି ଆସନରେ ଲଢ଼ି ଲୋକସଭାକୁ ଯାଇଥିଲେ। ହେଲେ ସେ ଦଳରେ ରହି ମଧ୍ୟ ସର୍ବଦା ଦଳକୁ ସମାଲୋଚନା କରି ଆସୁଥିଲେ। ତେଣୁ ୨୦୧୯ରେ ଦଳ ତାଙ୍କୁ ଟିକେଟ୍‌ ଦେଇନାହିଁ। ଶତୃଘ୍ନଙ୍କ ବଦଳରେ ବିଜେପି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏଠାରେ ପ୍ରାର୍ଥୀ କରିଛି।

Related story