ପିଟର ମୁଖାର୍ଜୀଙ୍କୁ ମିଳିଲା ବେଲ୍‌, ତଥାପି କାଟିବେ ଜେଲ୍‌ ଜୀବନ

ନୂଆଦିଲ୍ଲୀ: ଗୁରୁବାର ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତି ପିଟର ମୁଖାର୍ଜୀଙ୍କୁ ବମ୍ବେ ହାଇକୋର୍ଟ ଜାମିନ ମିଳିଛି। ତେବେ ଜାମିନ୍‌ ସତ୍ତ୍ୱେ ସେ ଜେଲରୁ ବାହାରିପାରିବେନି। ଏହି ବେଲ୍‌ ନିର୍ଦ୍ଦେଶ ଦେବାପରେ ବମ୍ବେ ହାଇକୋର୍ଟ ନିଜ ରାୟକୁ ହିଁ ୬ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଫଳରେ ଅପର ପକ୍ଷ ସୁପ୍ରିମକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଗତ ୪ ବର୍ଷ ହେଲା ଜେଲରେ ଥିବା ପିଟର ମୁଖାର୍ଜୀଙ୍କ ବିରୋଧରେ ଏଯାଏ କୌଣସି […]

Peter

Subrat Kumar Nayak
  • Published: Thursday, 06 February 2020
  • , Updated: 06 February 2020, 05:17 PM IST

ନୂଆଦିଲ୍ଲୀ: ଗୁରୁବାର ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତି ପିଟର ମୁଖାର୍ଜୀଙ୍କୁ ବମ୍ବେ ହାଇକୋର୍ଟ ଜାମିନ ମିଳିଛି। ତେବେ ଜାମିନ୍‌ ସତ୍ତ୍ୱେ ସେ ଜେଲରୁ ବାହାରିପାରିବେନି।

ଏହି ବେଲ୍‌ ନିର୍ଦ୍ଦେଶ ଦେବାପରେ ବମ୍ବେ ହାଇକୋର୍ଟ ନିଜ ରାୟକୁ ହିଁ ୬ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଫଳରେ ଅପର ପକ୍ଷ ସୁପ୍ରିମକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଗତ ୪ ବର୍ଷ ହେଲା ଜେଲରେ ଥିବା ପିଟର ମୁଖାର୍ଜୀଙ୍କ ବିରୋଧରେ ଏଯାଏ କୌଣସି ପ୍ରମାଣ ମିଳିପାରିନାହିଁ।

୨ ଲକ୍ଷ ଟଙ୍କା ବଦଳରେ ଏହି ଜାମିନ ଦିଆଯିବ ଏବଂ ଏଥିପାଇଁ ମାମଲାର ସ୍ଥିତି ଏବଂ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବିଚାରକୁ ନିଆଯାଇଛି ବୋଲି ସେ କହିଛନ୍ତି। ପିଟର ତାଙ୍କ ଦୁଇ ସନ୍ତାନ ରାହୁଲ ଏବଂ ବିଧିଙ୍କୁ ଯୋଗାଯୋଗ କରିପାରିବେନି ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପିଟର ଜଣେ ଗଣମାଧ୍ୟମ ଜଗତରେ କାମ କରୁଥିବା ବ୍ୟକ୍ତି। ସେ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପୂର୍ବ ସମ୍ପର୍କ ଆଡ଼ୁ ସନ୍ତାନ ଶୀନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତବର୍ଷ ମାର୍ଚ୍ଚରେ ସିବିଆଇ କହିଥିଲା ପିଟର ହିଁ ଶୀନାଙ୍କ ‘ସାଇଲେଣ୍ଟ କିଲର’ ଥିଲେ। ଏହି ୨୦୧୨ ମସିହାର ମାମଲାରେ ପିଟରଙ୍କୁ ଜାମିନ ମିଳିବାକୁ ବିରୋଧ କରି ସିବିଆଇ ଏପରି କହିଥିଲା।

Related story