ଶୀନା ହତ୍ୟାକାଣ୍ଡ ମାମଲା: ଡିଏନ୍ଏ ଟେଷ୍ଟରୁ ପ୍ରମାଣିତ ହେଲା ରାଇଗଡ଼ ଜଙ୍ଗଲରୁ ମିଳିଥିବା ଦେହାବଶେଷ ଶୀନାଙ୍କର

ମୁମ୍ବାଇ: ହାଇପ୍ରୋଫାଇଲ ଶୀନା ବୋରା ମର୍ଡର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ଦେହାବଶେଷ ଶୀନାଙ୍କ ବୋଲି ଫରେନସିକ୍ ଆନାଲିସସ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି ।  କାଲିନାସ୍ଥିତ ଫରେନସିକ୍ ସାଇନ୍ସ ଲାବୋରାଟୋରୀ  ଶୀନାଙ୍କ ମା’ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଯୁବତୀଙ୍କ ଦେହାବଶେଷର ଡିଏନଏ ନମୂନାର ବିଶ୍ଲେଷଣ କରିଥିଲା । ଆଉ ଏଥିରେ ଦେହାବଶେଷ ଶୀନାଙ୍କ ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ମୁମ୍ୱାଇର ଏକ ଅଦାଲତ […]

sheena

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 04:08 PM IST

ମୁମ୍ବାଇ: ହାଇପ୍ରୋଫାଇଲ ଶୀନା ବୋରା ମର୍ଡର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ଦେହାବଶେଷ ଶୀନାଙ୍କ ବୋଲି ଫରେନସିକ୍ ଆନାଲିସସ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି ।  କାଲିନାସ୍ଥିତ ଫରେନସିକ୍ ସାଇନ୍ସ ଲାବୋରାଟୋରୀ  ଶୀନାଙ୍କ ମା’ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଯୁବତୀଙ୍କ ଦେହାବଶେଷର ଡିଏନଏ ନମୂନାର ବିଶ୍ଲେଷଣ କରିଥିଲା । ଆଉ ଏଥିରେ ଦେହାବଶେଷ ଶୀନାଙ୍କ ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ମୁମ୍ୱାଇର ଏକ ଅଦାଲତ ଇନ୍ଦ୍ରାଣୀ ଏବଂ ତାଙ୍କ ଡ୍ରାଇଭର ଶ୍ୟାମବର୍ ରାଇଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ତୃତୀୟ ଅଭିଯୁକ୍ତ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ  ଅଧିକ ଜେରା ଲାଗି କୋଲକତାକୁ ନିଆଯାଇଛି । ମିଡିଆ ଟାଇକୁନ୍ ପିଟର ମୁଖାର୍ଜୀଙ୍କ ପତ୍ନୀ ଇନ୍ଦ୍ରାଣୀ, ସଞ୍ଜୀବ ଓ ଶ୍ୟାମବରଙ୍କ ସହାୟତାରେ ୨୦୧୨ରେ ଶୀନାଙ୍କୁ ହତ୍ୟା କରି ରାଇଗଡର ଏକ ଜଙ୍ଗଲରେ ମୃତଦେହ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।

Related story