ଦିଲ୍ଲୀର ଭିତ୍ତିଭୂମି ବିକାଶ ଏବଂ ଶୀଲା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ତାଙ୍କ ସରକାରର ପ୍ରଥମ ପାଳିରେ ହିଁ ଆରମ୍ଭ କରିଥିଲେ ଦିଲ୍ଲୀ ମେଟ୍ରୋ। ୨୦୦୨ ମସିହାରେ ୮ କିଲୋମିଟରର ଟ୍ରାକ୍‌ରୁ ଆରମ୍ଭ ହୋଇଥିବା ଦିଲ୍ଲୀ ମେଟ୍ରୋ ପରେ ପାଲଟିଥିଲା ଜାତୀୟ ରାଜଧାନୀର ଜୀବନରେଖା। ଏହା ପରେ ୧୭ ବର୍ଷ ବିତିଯାଇଛି, ଏହି ସମୟରେ ଦିଲ୍ଲୀ ମେଟ୍ରୋ ସମସ୍ତ ଦିଲ୍ଲୀବାସୀ ଏବଂ ଅନ୍ୟମାନଙ୍କ ଦିଲ୍ଲୀ ଯାତ୍ରାକୁ ବିଶ୍ୱସ୍ତରୀୟ କରିଛି। ଆଉ ଏହାର ଶ୍ରେୟ ଶୀଲା ଦୀକ୍ଷିତଙ୍କୁ ହିଁ ଯାଇଥାଏ। କେବଳ ମେଟ୍ରୋ […]

shei-2

Subrat Kumar Nayak
  • Published: Saturday, 20 July 2019
  • , Updated: 20 July 2019, 07:46 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ତାଙ୍କ ସରକାରର ପ୍ରଥମ ପାଳିରେ ହିଁ ଆରମ୍ଭ କରିଥିଲେ ଦିଲ୍ଲୀ ମେଟ୍ରୋ। ୨୦୦୨ ମସିହାରେ ୮ କିଲୋମିଟରର ଟ୍ରାକ୍‌ରୁ ଆରମ୍ଭ ହୋଇଥିବା ଦିଲ୍ଲୀ ମେଟ୍ରୋ ପରେ ପାଲଟିଥିଲା ଜାତୀୟ ରାଜଧାନୀର ଜୀବନରେଖା। ଏହା ପରେ ୧୭ ବର୍ଷ ବିତିଯାଇଛି, ଏହି ସମୟରେ ଦିଲ୍ଲୀ ମେଟ୍ରୋ ସମସ୍ତ ଦିଲ୍ଲୀବାସୀ ଏବଂ ଅନ୍ୟମାନଙ୍କ ଦିଲ୍ଲୀ ଯାତ୍ରାକୁ ବିଶ୍ୱସ୍ତରୀୟ କରିଛି। ଆଉ ଏହାର ଶ୍ରେୟ ଶୀଲା ଦୀକ୍ଷିତଙ୍କୁ ହିଁ ଯାଇଥାଏ।

କେବଳ ମେଟ୍ରୋ ନୁହେଁ ନଭଶ୍ଚୁମ୍ବି ଫ୍ଲାଇଓଭର ମଧ୍ୟ ତାଙ୍କ ଅବଦାନ ମଧ୍ୟରେ ଅନ୍ୟତମ। ଦିଲ୍ଲୀରେ ଯେତେସବୁ ଫ୍ଲାଇଓଭର ଅଛି ଅଧିକାଂଶ ତାଙ୍କର ୧୫ ବର୍ଷ ଶାସନ ସମୟରେ ନିର୍ମିତ ହୋଇଥିଲା।

୨୦୦୨ରେ ଉଦ୍‌ଘାଟନ କରାଯିବା ପରେ ଦିଲ୍ଲୀ ମେଟ୍ରୋରେ ଆସିଛି ଅନେକ ପରିବର୍ତ୍ତନ। ଏହା ବର୍ତ୍ତମାନ ବିଶ୍ୱର ଅନ୍ୟତମ ବୃହତ୍‌ ଯୋଗାଯୋଗ ମାଧ୍ୟମ। ଏହା ଗୁରୁଗ୍ରାମରୁ ନଏଡା, ଫରିଦାବାଦ୍‌ରୁ ଗାଜିଆବାଦ୍‌କୁ ଯୋଡ଼ୁଛି। ୩୦୦ କିଲୋମିଟର ବ୍ୟାପୀ ଏହି ମେଟ୍ରୋ ଟ୍ରାକ୍‌ ଦିଲ୍ଲୀବାସୀଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସେମାନେ ନିଜେ ଜାଣନ୍ତି।

ଯଦିଓ ଦିଲ୍ଲୀ ମେଟ୍ରୋ ତାଙ୍କ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ମଦନଲାଲ ଖୁରାନାଙ୍କ ସମୟରେ ଆରମ୍ଭ ହୋଇଥିଲା, ଏହା ଶୀଲାଙ୍କ ସମୟରେ ହିଁ କାର୍ଯ୍ୟକାରୀ ହୋଇଥିଲା। ୨୦୧୧ ମସିହାରେ ଜାତିସଂଘ ମଧ୍ୟ ଏହି ରେଲ ନେଟ୍‌ୱର୍କକୁ ପ୍ରଶଂସା କରିଥିଲା।

Related story