ନିଷ୍ଠୁର ବାପା: କ୍ଷୀର ନ ପିଇବାରୁ ରାତିସାରା ବାହାରେ ଛିଡ଼ା ହେଲା ଝିଅ, ତା’ପରେ...

ୱାଶିଂଟନ: ଦୀର୍ଘ ଦୁଇ ସପ୍ତାହ ଧରି ନିଖୋଜ ଥିବା ଜଣେ ଭାରତୀୟ ଶିଶୁ କନ୍ୟାର ମୃତ ଦେହକୁ ଉଦ୍ଧାର କରିଛି ଆମେରିକା ପୋଲିସ।  ୩ ବର୍ଷ ବୟସର ଏହି ଛୋଟ ଝିଅ ସେରିନର ପାଳନକର୍ତ୍ତା ବାପା ହେଉଛନ୍ତି ୱେସଲି। ବାପାଙ୍କ କହିବା ଅନୁଯାୟୀ କ୍ଷୀରପାନ ବେଳେ ଶ୍ୱାସରେ ଅବରୋଧ ହୋଇ ତା’ର ମୃତ୍ୟୁ ଘଟିଛି।  ତେବେ ମୃତ୍ୟୁର କାରଣକୁ ନେଇ ଏବେ ବି ତଦନ୍ତ ଜାରି ରହିଥିବା ରିଚାର୍ଡ଼ସନ  ପୋଲିସ କହିଛି।  ଏହି ଘଟଣାରେ ରିଚାର୍ଡ଼ସନ ପୋଲିସ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 01:51 PM IST

ୱାଶିଂଟନ: ଦୀର୍ଘ ଦୁଇ ସପ୍ତାହ ଧରି ନିଖୋଜ ଥିବା ଜଣେ ଭାରତୀୟ ଶିଶୁ କନ୍ୟାର ମୃତ ଦେହକୁ ଉଦ୍ଧାର କରିଛି ଆମେରିକା ପୋଲିସ।  ୩ ବର୍ଷ ବୟସର ଏହି ଛୋଟ ଝିଅ ସେରିନର ପାଳନକର୍ତ୍ତା ବାପା ହେଉଛନ୍ତି ୱେସଲି। ବାପାଙ୍କ କହିବା ଅନୁଯାୟୀ କ୍ଷୀରପାନ ବେଳେ ଶ୍ୱାସରେ ଅବରୋଧ ହୋଇ ତା’ର ମୃତ୍ୟୁ ଘଟିଛି।  ତେବେ ମୃତ୍ୟୁର କାରଣକୁ ନେଇ ଏବେ ବି ତଦନ୍ତ ଜାରି ରହିଥିବା ରିଚାର୍ଡ଼ସନ  ପୋଲିସ କହିଛି।  ଏହି ଘଟଣାରେ ରିଚାର୍ଡ଼ସନ ପୋଲିସ ଝିଅ ବାପା ୱେସଲିଙ୍କୁ ଗିରଫ କରିଛି। ଆଉ ଜାମିନ ପାଇଁ ୧୦ ଲକ୍ଷ ଡଲାର ସର୍ତ୍ତ ରହିଛି। ପୋଲିସର କହିବା ଅନୁଯାୟୀ ଏକ ସଡ଼କ ତଳେ ଥିବା ନାଳରୁ  ତା’ର ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, କ୍ଷୀର ନ ପିଇବାରୁ ତା’ ବାପା ତାକୁ ରାତିସାରା ଘର ବାହାରେ ଛିଡ଼ା କରିଦେଇଥିଲେ। ଏହା ପରେ ଝିଅଟି ନିଖୋଜ୍ ହୋଇଯାଇଥିଲେ। ତେବେ ଏନେଇ ପୋଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର କିଛି ପତ୍ତା ମିଳି ନ ଥିଲା। ତେବେ ଗତକାଲି ସେରିନର ମୃତ ଦେହକୁ ଉଦ୍ଧାର କରିଛି। ତଥାପି ଏହା ସେରିନର ମୃତ ଦେହ କି ନୁହଁ ପୋଲିସ ସନ୍ଦେହ କରୁଛି।

Related story