ସିନା ବୋରା ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ କଲା ସିବିଆଇ, ପିଟର ମୁଖାର୍ଜୀ ଗିରଫ

ମୁମ୍ବାଇ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଗୁରୁବାର ସିବିଆଇ ମୁମ୍ବାଇର ଏକ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ୧୦୦୦ ପୃଷ୍ଠାର ଏହି ଚାର୍ଜସିଟରେ ସିନା ବୋରାଙ୍କ ହତ୍ୟା ପାଇଁ ତାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଓ ତାଙ୍କର ପୂର୍ବତନ ସ୍ୱାମି ସଂଜୀବ ଖନ୍ନା ଓ ପୂର୍ବତନ ଡ୍ରାଇଭର ଶ୍ୟାମବର ରାୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ସହିତ ଏହି ଚାର୍ଜସିଟରେ ୧୫୦ ଜଣ ସାକ୍ଷୀଙ୍କ ବୟାନ ମଧ୍ୟ ରହିଛି। ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜ, ସଂଜୀବ […]

indraneepetre

Rakesh Mallick
  • Published: Thursday, 19 November 2015
  • , Updated: 19 November 2015, 03:23 PM IST

ମୁମ୍ବାଇ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଗୁରୁବାର ସିବିଆଇ ମୁମ୍ବାଇର ଏକ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ୧୦୦୦ ପୃଷ୍ଠାର ଏହି ଚାର୍ଜସିଟରେ ସିନା ବୋରାଙ୍କ ହତ୍ୟା ପାଇଁ ତାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ଓ ତାଙ୍କର ପୂର୍ବତନ ସ୍ୱାମି ସଂଜୀବ ଖନ୍ନା ଓ ପୂର୍ବତନ ଡ୍ରାଇଭର ଶ୍ୟାମବର ରାୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ସହିତ ଏହି ଚାର୍ଜସିଟରେ ୧୫୦ ଜଣ ସାକ୍ଷୀଙ୍କ ବୟାନ ମଧ୍ୟ ରହିଛି।

ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜ, ସଂଜୀବ ଖନ୍ନା ଓ ଶ୍ୟାମବର ରାୟ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ୨୦୧୨ ଏପ୍ରିଲ ମାସରେ ଏହି ତିନି ଜଣ ୨୪ ବର୍ଷୀୟ ସିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଇନ୍ଦ୍ରାଣୀଙ୍କ ବର୍ତ୍ତମାନର ସ୍ୱାମୀ ତଥା ଷ୍ଟାର ଗ୍ରୁପର ପୂର୍ବତନ ସିଇଓ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଆଜି ସିବିଆଇ ଗିରଫ କରିଥିବା ଜଣାପଡ଼ିଛି।

Related story