ଝିଅ ଶୀନାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନ ବୋରା ହତ୍ୟାକାଣ୍ଡ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ଅନୁଯାୟୀ ଶୀନା ବୋରାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ତଣ୍ଟିକୁ ଚିପି ଥିଲେ। ଇନ୍ଦ୍ରାଣୀଙ୍କ ପୂର୍ବତନ ଡ୍ରାଇଭର ତଥା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଶ୍ୟାମବର ଶୀନାଙ୍କ ପାଟିକୁ ବନ୍ଦ କରି ରଖିଥିଲେ। ଏହି ସମୟରେ ଶୀନା ତାଙ୍କର ଏକ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଂଜୀବ […]

shinaindranee

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 06:20 AM IST

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନ ବୋରା ହତ୍ୟାକାଣ୍ଡ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ଅନୁଯାୟୀ ଶୀନା ବୋରାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ତଣ୍ଟିକୁ ଚିପି ଥିଲେ। ଇନ୍ଦ୍ରାଣୀଙ୍କ ପୂର୍ବତନ ଡ୍ରାଇଭର ତଥା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଶ୍ୟାମବର ଶୀନାଙ୍କ ପାଟିକୁ ବନ୍ଦ କରି ରଖିଥିଲେ। ଏହି ସମୟରେ ଶୀନା ତାଙ୍କର ଏକ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ସେହିପରି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଂଜୀବ ଖନ୍ନା ତାଙ୍କର କେଶକୁ ଟାଣି ଧରି ଥିଲେ।

ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୨ ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ଶୀନାଙ୍କୁ ରାତ୍ର ଭୋଜନ ପାଇଁ ଡାକିଥିଲେ ଇନ୍ଦ୍ରାଣୀ। ଏହା ପରେ ଶୀନା ତାଙ୍କ ପ୍ରେମିକ ତଥା ପିଟର ମୁଖାର୍ଜୀଙ୍କ ପୁଅ ରାହୁଲଙ୍କୁ କହିଥିଲେ ଯେ ଇନ୍ଦ୍ରାଣୀଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି। ଏପ୍ରିଲ୍ ୨୨ ତାରିଖ ସଂଧ୍ୟାରେ ରାହୁଲ ହିଁ ଶୀନାଙ୍କୁ ଇନ୍ଦ୍ରାଣୀଙ୍କ କାର୍ ନିକଟରେ ଛାଡ଼ି ଥିଲେ। ସେଠାରେ ଇନ୍ଦ୍ରାଣୀ ଶୀନାଙ୍କୁ ଆଦରରେ କୋଳେଇ ନେବା ସହିତ ନିଶା ବଟିକା ମିଶା ପାନୀୟ ପିଆଇ ଥିଲେ। ତା’ପରେ ଶୀନା, ଇନ୍ଦ୍ରାଣୀ ମୁଖାର୍ଜୀ, ସଂଜୀବ ଖନ୍ନା ଓ ଶ୍ୟାମବର ରାୟ ଏକ ଶାଢ଼ି ଶୋ’ରୁମକୁ ଯାଇଥିଲେ। ସେଠାରୁ ଫେରିଲା ବେଳକୁ ଶୀନାଙ୍କ ଉପରେ ନିଶା ବଟିକାର ପ୍ରଭାବ କାମ କରିବା ଆରମ୍ଭ କରି ଦେଇଥିଲା। ତା’ପରେ ଡ୍ରାଇଭର ଶ୍ୟାମବର ଶୀନାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ସଂଜୀବ ମୁଖାର୍ଜୀ ତାଙ୍କ ଚୁଟି ଭିଡି ଧରି ଥିଲେ। ଆଉ ଇନ୍ଦ୍ରାଣୀ ତାଙ୍କ ତଣ୍ଟି ଚିପି ଦେଇଥିଲେ। ଏହି ପ୍ରକ୍ରିୟା ମଧ୍ୟରେ ଶୀନା ଡ୍ରାଇଭର ଶ୍ୟାମବରର ଏକ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ।

ହତ୍ୟାକାଣ୍ଡ ଭିଆଇବା ପରେ ଏହି ତିନି ଜଣ ଶୀନାଙ୍କ ମୃତଦେହକୁ ଫୋପାଡ଼ି ଦେଇଥିଲେ। ଶୀନାଙ୍କୁ ହତ୍ୟା କରାଯିବା ଓ ତାଙ୍କ ମୃତଦେହକୁ ଫିଙ୍ଗାଯିବା ମଧ୍ୟରେ ରାହୁଲ ତାଙ୍କ ଫୋନକୁ କଲ୍ କରିଥିଲେ। ଇନ୍ଦ୍ରାଣୀ କିଛି ମେସେଜ୍ ପଠାଇ ଦେଇଥିଲେ।

ଏହି ତିନି ଜଣ ଏବେ ଜେଲରେ ଥିବା ବେଳେ ଇନ୍ଦ୍ରାଣୀଙ୍କ ବର୍ତ୍ତମାନର ସ୍ୱାମୀ ପିଟର ମୁଖାର୍ଜୀକୁ ମଧ୍ୟ ଗୁରୁବାର ଗିରଫ କରିଛି ସିବିଆଇ। ହତ୍ୟାରେ ପ୍ରତ୍ୟକ୍ଷ ସଂପୃକ୍ତି ଓ ଷଡ଼ଯନ୍ତ୍ର ଭିଆଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Related story