ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ୟୋଶିଦେ ସୁଗା

ସିଞ୍ଜୋ ଆବେଙ୍କ ଉତ୍ତରାଧିକାରୀ ହେଲେ ୟୋଶିଦେ ସୁଗା ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିଲେ ସିଞ୍ଜୋ ଆବେ ଜାପାନରେ ଅଙ୍କଲ ରେୱା ଭାବରେ ଜଣାଶୁଣା ସୁଗା ଭାରତରେ ମୋଦି ଶାହ ଯୋଡ଼ି, ଜାପାନରେ ଆବେ-ସୁଗା ଯୋଡ଼ି ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ପଦବୀରୁ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୟୋଶିଦେ ସୁଗା। ୭୧ ବର୍ଷୀୟ ସୁଗା ଜଣେ ଚାଷୀ ପରିବାରରୁ ଆସିଛନ୍ତି। ଜାପାନରେ ଏଯାବତ ଯେଉଁମାନେ ଏହି ପଦବୀରେ ବସିଛନ୍ତି […]

Yoshihide Suga is new PM of Japan (1)

Subhransu Sekhar
  • Published: Thursday, 17 September 2020
  • , Updated: 17 September 2020, 01:28 AM IST
  • ସିଞ୍ଜୋ ଆବେଙ୍କ ଉତ୍ତରାଧିକାରୀ ହେଲେ ୟୋଶିଦେ ସୁଗା
  • ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିଲେ ସିଞ୍ଜୋ ଆବେ
  • ଜାପାନରେ ଅଙ୍କଲ ରେୱା ଭାବରେ ଜଣାଶୁଣା ସୁଗା
  • ଭାରତରେ ମୋଦି ଶାହ ଯୋଡ଼ି, ଜାପାନରେ ଆବେ-ସୁଗା ଯୋଡ଼ି

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ପଦବୀରୁ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୟୋଶିଦେ ସୁଗା। ୭୧ ବର୍ଷୀୟ ସୁଗା ଜଣେ ଚାଷୀ ପରିବାରରୁ ଆସିଛନ୍ତି। ଜାପାନରେ ଏଯାବତ ଯେଉଁମାନେ ଏହି ପଦବୀରେ ବସିଛନ୍ତି ସେମାନେ ରାଜକୀୟ ନହେଲେ ବଡ଼ ବଡ଼ ରାଜନୀତିକ ପରିବାରରୁ ଆସିଛନ୍ତି। ହେଲେ ପ୍ରଥମ ଥର ପାଇଁ ଜଣେ ଚାଷୀର ପୁଅ ଜାପାନର ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ସିଞ୍ଜୋ ଆବେଙ୍କ ପରିବାର ଲୋକେ ପୂର୍ବରୁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ।

ସିଞ୍ଜୋ ଆବେଙ୍କ ଅନ୍ୟତମ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସୁଗା। ତାଙ୍କର ପ୍ରଧାନମନ୍ତ୍ରୀ ହେବା ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାପାନର ନୂଆ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ତେବେ ନୂଆ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ସିଞ୍ଜୋ ଆବେଙ୍କ କ୍ୟାବିନେଟକୁ ନେଇ ୟୋଶିଦେ ସୁଗା ସରକାର ଚଳାଇବେ ବୋଲି ଜଣାପଡ଼ିଛି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଘନିଷ୍ଠ ସହଯୋଗୀ ଭାବରେ ସୁଗା ପରିଚିତ। ଜାପାନ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ସୁଗାଙ୍କ ଭୂମିକା ମଧ୍ୟ ରହିଛି। ସେ ସିଞ୍ଜୋ ଆବେଙ୍କ ନୀତି ଆପଣେଇବେ ବୋଲି ସୁଗା ସ୍ପଷ୍ଟ କରିସାରିଛନ୍ତି। ପିଏମ ସୁଗା ଜାପାନରେ ଅଙ୍କଲ ରେୱା ଭାବରେ ଜଣାଶୁଣା।

ସୁଗା ପ୍ରଧାନମନ୍ତ୍ରୀ ହେବା ପରେ ଜାପାନ ରାଜନୀତିକୁ ନେଇ ମଧ୍ୟ ଅନେକ କିଛି ଆକଳନ କରାଯାଉଛି। ୨୦୧୨ ପୂର୍ବରୁ ଜାପାନବାସୀ ୩୦ ବର୍ଷରେ ୧୯ ଜଣ ପ୍ରଧାନମନ୍ତ୍ରୀ ଦେଖିଥିଲେ। ୨୦୧୨ରେ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଦେଶକୁ ଆଠ ବର୍ଷ ପାଇଁ ସ୍ଥିର ସରକାର ଦେଇ ରେକର୍ଡ କରିଥିଲେ। ଏବେ କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ଇସ୍ତଫା ଦେଇଥିଲେ।

କରୋନା ମହାମାରୀ ବେଳେ ସାରା ବିଶ୍ୱ ଏବେ ଅର୍ଥନୀତିକୁ ସୁଧାରିବା ଚିନ୍ତାରେ ରହିଛନ୍ତି। ଜାପାନ ମଧ୍ୟ ଏଥିରୁ ବାଦ୍ ପଡ଼ିନି। ନୂଆ ପ୍ରଧାନମନ୍ତ୍ରୀ ଜାପାନର ରାଜନୀତି ଏବଂ ଅର୍ଥନୀତିକୁ କିଭଳି ଆଗକୁ ନେଉଛନ୍ତି ଏହା ଉପରେ ସାରା ବିଶ୍ୱର ନଜର ରହିଛି।

ଭାରତ-ଜାପାନ ସମ୍ପର୍କକୁ ମଜୁବତ କରିବାରେ ଆବେଙ୍କ ସହିତ ସୁଗାଙ୍କ ଭୂମିକା ଅନ୍ୟତମ। ଭାରତରେ ମୋଦି-ଶାହା ଯୋଡ଼ି ଭଳି ଜାପାନରେ ଆବେ-ସୁଗା ଯୋଡ଼ି। ତେଣୁ ଆବେଙ୍କ ବେଳେ ଭାରତ ସହିତ ଜାପାନର ସମ୍ପର୍କ ଏବେ ମଧ୍ୟ ସମାନ ରହିବ। କୌଣସି ନକରାତ୍ମକ ପ୍ରଭାବ ରହିବନି ବୋଲି ରାଜନୀତିକ ବିଶେଷଜ୍ଞ ବିଶ୍ୱାସ କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆବେଙ୍କର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ବହୁତ ଭଲ ଥିଲା। ଦୁଇ ନେତା ଏସିଆର ପ୍ରତିରକ୍ଷା ଏବଂ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏବେ ସୁଗା ମଧ୍ୟ ମୋଦିଙ୍କ ସହିତ ମିଶି ଆବେଙ୍କ ସ୍ୱପ୍ନର ଜାପାନକୁ ଆଗକୁ ନେବେ ବୋଲି ଜଣାପଡ଼ିଛି।

Related story