ଶ୍ରୀହରିକୋଟାରୁ ଜିଏସ୍ଏଲଭି-ଡି-ସିକ୍ସ ରକେଟର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ସଫଳତାର ସହ ଉତକ୍ଷପେଣ ହୋଇଛି ଜିଏସ୍ଏଲଭି-ଡି-ସିକ୍ସ ରକେଟ୍। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ଉତକ୍ଷେପଣ କରାଯାଇଛି। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର ହୋଇଛି। ଏହି ରକେଟ୍ ସାହାଯ୍ୟରେ ଜିସ୍ୟାଟ୍-ସିକ୍ସ ଯୋଗାଯୋଗ ଉପଗ୍ରହକୁ ପ୍ରେରଣ କରାଯାଇଛି। ଏଥିରେ ଲାଗିଥିବା ଆଣ୍ଟେନା ମୋବାଇଲରେ ଡାଇରେକ୍ଟ ଭଏସ ଓ ଡାଟା ଲିଙ୍କକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ। ଦୂର ଦୂରାନ୍ତ ଅଞ୍ଚଳରେ ଯୋଗାଯୋଗ ସେବା ଓ […]

andhra

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 02:05 PM IST

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ସଫଳତାର ସହ ଉତକ୍ଷପେଣ ହୋଇଛି ଜିଏସ୍ଏଲଭି-ଡି-ସିକ୍ସ ରକେଟ୍। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ଉତକ୍ଷେପଣ କରାଯାଇଛି। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରାୟୋଜେନିକ୍ ଇଞ୍ଜିନ୍ ବ୍ୟବହାର ହୋଇଛି। ଏହି ରକେଟ୍ ସାହାଯ୍ୟରେ ଜିସ୍ୟାଟ୍-ସିକ୍ସ ଯୋଗାଯୋଗ ଉପଗ୍ରହକୁ ପ୍ରେରଣ କରାଯାଇଛି। ଏଥିରେ ଲାଗିଥିବା ଆଣ୍ଟେନା ମୋବାଇଲରେ ଡାଇରେକ୍ଟ ଭଏସ ଓ ଡାଟା ଲିଙ୍କକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ। ଦୂର ଦୂରାନ୍ତ ଅଞ୍ଚଳରେ ଯୋଗାଯୋଗ ସେବା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହି ଉପଗ୍ରହ ସହାୟକ ହେବ।

Related story