ଶ୍ରୀନଗରରେ ହିଂସା, ୫ ଗୁରୁତର, ୩ ବିଚ୍ଛିନ୍ନତାବାଦୀ ନେତା ନଜରବନ୍ଦୀ

ଜମ୍ମୁ: ଶ୍ରୀନଗରରେ ଶୁକ୍ରବାର ନମାଜ ପାଠ ପରେ ପାକିସ୍ତାନ ଓ  ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ପତାକା ଉଡାଯାଇଛି। ଏହାସହ ବିକ୍ଷୋଭକାରୀ ମାନେ ପଥରମାଡ ମଧ୍ୟ କରିଛନ୍ତି। ଇଦଗାହା ଅଞ୍ଚଳରେ ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏପଟେ ଅନନ୍ତନାଗରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ୫ ଜଣ ଆହତ ହେବା ସହ କିଛି ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ହିଂସା ଘଟିବା ପରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ […]

nationa

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 05:17 PM IST

ଜମ୍ମୁ: ଶ୍ରୀନଗରରେ ଶୁକ୍ରବାର ନମାଜ ପାଠ ପରେ ପାକିସ୍ତାନ ଓ  ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ପତାକା ଉଡାଯାଇଛି। ଏହାସହ ବିକ୍ଷୋଭକାରୀ ମାନେ ପଥରମାଡ ମଧ୍ୟ କରିଛନ୍ତି। ଇଦଗାହା ଅଞ୍ଚଳରେ ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏପଟେ ଅନନ୍ତନାଗରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ୫ ଜଣ ଆହତ ହେବା ସହ କିଛି ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ହିଂସା ଘଟିବା ପରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକ୍, ମୀରା ୱାଇଜ୍ ଅମର ଫାରୁକ୍ ଏବଂ ଶୟେଦ ଅଲ୍ଲୀ ଶାହା ଗିଲାନୀଙ୍କୁ ନଜର ବନ୍ଦୀ କରାଯାଇଛି।

Related story