ଶ୍ରୀନଗରରେ ଇଦ୍ ପାଳିବେ ମୋଦି

ନୂଆଦିଲ୍ଲୀ: ବର୍ତ୍ତମାନ ୮ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ଫେରିବା ପରେ ସେ ଯିବେ ଜମ୍ମୁ ଓ କାଶ୍ମୀର। ଆଉ ସେଠି ମୁସଲମାନଙ୍କର ସବୁଠୁ ବଡ଼ ପର୍ବ ଇଦ୍ ପାଳିବାକୁ ସେ ଯୋଜନା କରିଥିବା ଜଣାପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ତେବେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପିଏମଓରୁ ଯାଇଥିବା ଚିଠିରୁ ଜଣାପଡ଼ିଛି ଯେ ଜୁଲାଇ ୧୭ ତାରିଖରେ ସେ ସେଠାକୁ ଯିବେ। ମୋଦି […]

modi

modi

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 03:04 AM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ୮ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ଫେରିବା ପରେ ସେ ଯିବେ ଜମ୍ମୁ ଓ କାଶ୍ମୀର। ଆଉ ସେଠି ମୁସଲମାନଙ୍କର ସବୁଠୁ ବଡ଼ ପର୍ବ ଇଦ୍ ପାଳିବାକୁ ସେ ଯୋଜନା କରିଥିବା ଜଣାପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ତେବେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପିଏମଓରୁ ଯାଇଥିବା ଚିଠିରୁ ଜଣାପଡ଼ିଛି ଯେ ଜୁଲାଇ ୧୭ ତାରିଖରେ ସେ ସେଠାକୁ ଯିବେ।

ମୋଦି ଜୁଲାଇ ୧୭ ତାରିଖରେ ଜମ୍ମୁ ଯିବେ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ସାଂସଦ ଓ ମନ୍ତ୍ରୀ ଗିରଧାରୀ ଲାଲ ଡାଗରାଙ୍କ ୧୦୦ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଜମ୍ମୁ ଯିବେ। ଆଉ ସେହି ଦିନ ଶ୍ରୀନଗର ଯିବେ। କୁହାଯାଉଛି ଯେ ଏହି ପବିତ୍ର ଦିବସ ଅବସରରେ ସେ ସେଠାରେ ଏକ ଇଫତାର ପାର୍ଟିର ମଧ୍ୟ ଆୟୋଜନ କରିପାରନ୍ତି। ଇଦ୍ ଉଲ୍ ଫିତର ପୂର୍ବରୁ ଜୁଲାଇ ୧୭ ତାରିଖ ହେଉଛି ପବିତ୍ର ରମଜାନ୍ ମାସର ଶେଷ ଶୁକ୍ରବାର। ଚନ୍ଦ୍ରଙ୍କୁ ଦେଖିବା ପରେ ଜୁଲାଇ ୧୮ ଅବା ୧୯ ତାରିଖରେ ମୁସଲମାନମାନେ ଇଦ୍ ପାଳିବେ।

ରମାଜନ୍ ମାସରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ଆଉ ଏକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଗତବର୍ଷ ରାଜ୍ୟରେ ବନ୍ୟାପରେ ଦୀପାବଳୀ ଦିନ ସେ ସେଠାକୁ ଯାଇଥିଲେ। ତେଣୁ ରମାଜାନ ମାସରେ ଜମ୍ମୁ ଓ କାଶ୍ମୀର ଯାଇ ଏବଂ ସେଠାରେ ଇଦ୍ ପାଳି ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ହୃଦୟ ଜିଣିବାକୁ ଯୋଜନା କରିଛନ୍ତି ବୋଲି କୁହାଯାଉଛି।

ଏହି ଅବସରରେ ସେ ରାଜ୍ୟ ପାଇଁ କିଛି ପ୍ୟାକେଜ୍ ମଧ୍ୟ ଘୋଷଣା କରିପାରନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ସେଠାରେ ବିରୋଧ ଆରମ୍ଭ ହୋଇଯାଇଛି। ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟାତ କନଫରେନ୍ସର ଅଧ୍ୟକ୍ଷ ସୟଦ ଅଲ୍ଲୀ ଶାହ ଗିଲାନୀ ଓ ଜମ୍ମୁ ଓ କାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ମହମ୍ମଦ ୟାସିନ ମଲିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ନିଜ ଏଜେଣ୍ଡାକୁ ଆଗକୁ ବଢ଼ାଇବା ଲାଗି ଏଠାକୁ ଆସୁଛନ୍ତି। ତାଙ୍କର କିଛି ଏଜେଣ୍ଟ ହିଁ ତାଙ୍କୁ ସ୍ୱାଗତ କରିବେ। ରାଜ୍ୟର ସାଧାରଣ ଲୋକେ ତାଙ୍କୁ ସ୍ୱାଗତ କରିବେ ନାହିଁ। ଉକ୍ତ ଦିନ ବିରୋଧ ପ୍ରଦର୍ଶନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos