୧୯୫୨ରୁ ନଖ କାଟି ନଥିଲେ, କାଲି କାଟିଲେ

ନୂଆଦିଲ୍ଲୀ: ବିଶ୍ୱରେ ସବୁଠାରୁ ଲମ୍ବା ନଖ ପାଇଁ ରେକର୍ଡ କରିଥିବା ଭାରତର ଶ୍ରୀଧର ଚିଲ୍ଲାଲ୍ ଶେଷରେ ଗତକାଲି ନଖ କାଟି ଦେଇଛନ୍ତି। ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିବା ଶ୍ରୀଧର ୧୯୫୨ ମସିହାରୁ ବାମ ହାତର ନଖ କାଟି ନଥିଲେ। ୧୪ ବର୍ଷ ବୟସରୁ ସେ ବାମ ହାତରେ ନଖ ବଢ଼ାଇଥିଲେ। ୨୦୧୫ରେ ତାଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନିତ କରାଯାଇଥିଲା। ଗୋଟିଏ ହାତରେ ସବୁଠୁ ଅଧିକ ଲମ୍ବର ନଖ ପାଇଁ […]

111

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 11:31 AM IST

ନୂଆଦିଲ୍ଲୀ: ବିଶ୍ୱରେ ସବୁଠାରୁ ଲମ୍ବା ନଖ ପାଇଁ ରେକର୍ଡ କରିଥିବା ଭାରତର ଶ୍ରୀଧର ଚିଲ୍ଲାଲ୍ ଶେଷରେ ଗତକାଲି ନଖ କାଟି ଦେଇଛନ୍ତି। ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିବା ଶ୍ରୀଧର ୧୯୫୨ ମସିହାରୁ ବାମ ହାତର ନଖ କାଟି ନଥିଲେ। ୧୪ ବର୍ଷ ବୟସରୁ ସେ ବାମ ହାତରେ ନଖ ବଢ଼ାଇଥିଲେ। ୨୦୧୫ରେ ତାଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନିତ କରାଯାଇଥିଲା। ଗୋଟିଏ ହାତରେ ସବୁଠୁ ଅଧିକ ଲମ୍ବର ନଖ ପାଇଁ ତାଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଗତକାଲି ଏକ କାର୍ଯ୍ୟକ୍ରମରେ ତାଙ୍କ ନଖ କଟା ଯାଇଥିଲା। ତାଙ୍କର ଏହି ନଖଗୁଡ଼ିକୁ ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର ସ୍ଥିତ Ripley's Believe It or Not! ମ୍ୟୁଜିୟମରେ ପ୍ରଦର୍ଶିତ କରାଯିବ।

ଶ୍ରୀଧରଙ୍କ ବାମ ହାତର ପାଞ୍ଚୋଟି ଆଙ୍ଗୁଳି ମଧ୍ୟରୁ ବୁଢ଼ା ଆଙ୍ଗୁଳିର ନଖ ସବୁଠୁ ଅଧିକ ଲମ୍ବ ଥିଲା। ଏହାର ଲମ୍ବ ୧୯୭.୮ ସେଣ୍ଟିମିଟର ଥିଲା। ତର୍ଜନୀ ଆଙ୍ଗୁଠିର ଲମ୍ବ ୧୬୪.୫ ସେଣ୍ଟିମିଟର ରହିଥିବା ବେଳେ ମଝି ଆଙ୍ଗୁଠିର ଲମ୍ବ ୧୮୬.୬ ସେଣ୍ଟିମିଟର ଥିଲା। ଅନାମିକା ଆଙ୍ଗୁଠିର ଲମ୍ବ ୧୮୧.୬ ସେଣ୍ଟିମିଟର ହୋଇଥିବା ବେଳେ କାଣି ଆଙ୍ଗୁଠିର ଲମ୍ବ ୧୭୯.୧ ସେଣ୍ଟିମିଟର ହୋଇଥିଲା।

୮୨ ବର୍ଷୀୟ ଶ୍ରୀଧର ମହାରାଷ୍ଟ୍ରର ପୁଣେର ଅଧିବାସୀ।

Related story