ନେତାଜୀଙ୍କ ପରାମର୍ଶ ମୋ ପାଇଁ ଆଦେଶ: ଶିବପାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ଅଧିକ ତୀବ୍ର ତର ହେବାକୁ ଲାଗିଛି। ଆଜି ଶିବପାଲ ଯାଦବଙ୍କ ଲକ୍ଷ୍ନୌ ବାସଭବନ ସମ୍ମୁଖରେ ତାଙ୍କ ସମର୍ଥକମାନେ ଏକାଠି ହୋଇ ରାମଗୋପାଳ ଯାଦବଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ଶିବପାଲ ତାଙ୍କ ସମର୍ଥକଙ୍କୁ କହିଥିଲେ,“ଏହି କଥା ଦଳୀୟ କାର୍ଯ୍ୟାଳୟକୁ ଯାଇ (ନେତାଜୀ) ମୁଲାୟନ ସିଂହ ଯାଦବଙ୍କୁ କୁହ। ଆମେ ସମସ୍ତେ ନେତାଜୀଙ୍କ ସାଙ୍ଗରେ […]

mulayam

Rakesh Mallick
  • Published: Friday, 16 September 2016
  • , Updated: 17 September 2016, 09:40 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ବିବାଦ ଅଧିକ ତୀବ୍ର ତର ହେବାକୁ ଲାଗିଛି। ଆଜି ଶିବପାଲ ଯାଦବଙ୍କ ଲକ୍ଷ୍ନୌ ବାସଭବନ ସମ୍ମୁଖରେ ତାଙ୍କ ସମର୍ଥକମାନେ ଏକାଠି ହୋଇ ରାମଗୋପାଳ ଯାଦବଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ।

ଶିବପାଲ ତାଙ୍କ ସମର୍ଥକଙ୍କୁ କହିଥିଲେ,“ଏହି କଥା ଦଳୀୟ କାର୍ଯ୍ୟାଳୟକୁ ଯାଇ (ନେତାଜୀ) ମୁଲାୟନ ସିଂହ ଯାଦବଙ୍କୁ କୁହ। ଆମେ ସମସ୍ତେ ନେତାଜୀଙ୍କ ସାଙ୍ଗରେ ଅଛୁ। ତାଙ୍କ ପରାମର୍ଶ ଆମ ପାଇଁ ଆଦେଶ ହେବ।”

ଗତକାଲି ରାତିରେ  ଶିବପାଲ ସମାଜବାଦୀ ପାର୍ଟି ସଭାପତି ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁଲାୟମ ସିଂ ଯାଦବଙ୍କ ପାଖକୁ ସେ ଇସ୍ତଫାପତ୍ର ପଠାଇ ଦେଥିଲେ। ହେଲେ ଅଖିଳେଶ ତାଙ୍କ ଇସ୍ତଫାପତ୍ରକୁ ନାମଞ୍ଜୁର କରିଦେଇଛନ୍ତି।

Related story