ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କମିଟିରୁ ସିଦ୍ଧୁ ବାଦ୍

ଅମୃତସର: ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନଵଜୋତ ସିଂହ ସିଦ୍ଧୁଙ୍କୁ ଯେଉଁ ବିଭାଗର ମନ୍ତ୍ରୀପଦ ଦିଆଯାଇଥିଲା ତାକୁ ସେ ଉପେକ୍ଷା କରିବା ପରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗଠନ କରିଥିବା ପରାମର୍ଶଦାତା କମିଟିରେ ସିଦ୍ଧୁଙ୍କୁ ସାମିଲ କରାଯାଇନାହିଁ। ସରକାରୀ ଯୋଜନା ଗୁଡ଼ିକର ସମୀକ୍ଷା କରିବା ପାଇଁ ଅମରିନ୍ଦର ମୋଟ ୮ଟି ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଯେଉଁଥିରେ ସିଦ୍ଧୁ ଓ ଅନ୍ୟ ଜଣେ […]

sidhu 2

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 03:20 PM IST

ଅମୃତସର: ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନଵଜୋତ ସିଂହ ସିଦ୍ଧୁଙ୍କୁ ଯେଉଁ ବିଭାଗର ମନ୍ତ୍ରୀପଦ ଦିଆଯାଇଥିଲା ତାକୁ ସେ ଉପେକ୍ଷା କରିବା ପରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗଠନ କରିଥିବା ପରାମର୍ଶଦାତା କମିଟିରେ ସିଦ୍ଧୁଙ୍କୁ ସାମିଲ କରାଯାଇନାହିଁ।

ସରକାରୀ ଯୋଜନା ଗୁଡ଼ିକର ସମୀକ୍ଷା କରିବା ପାଇଁ ଅମରିନ୍ଦର ମୋଟ ୮ଟି ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଯେଉଁଥିରେ ସିଦ୍ଧୁ ଓ ଅନ୍ୟ ଜଣେ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ ।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ନିଜ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥିଲେ। ଏହି ଅଦଳବଦଳ ବେଳେ ସିଦ୍ଧୁଙ୍କ ପାଖରେ ଥିବା ନଗର ଉନ୍ନୟନ ଓ ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଛଡ଼ାଇ ନେଇ ସିଦ୍ଧୁଙ୍କୁ କେବଳ ଶକ୍ତି ବିଭାଗର ଦାୟିତ୍ୱ ଦେଇଥିଲେ।

Related story