ସୀମାଞ୍ଚଳ ପ୍ରସାଦରେ ପୋକ, ଭକ୍ତଙ୍କ ଅଭିଯୋଗ ପରେ ବି ମନ୍ଦିର ପ୍ରଶାସନ ନିରବ

ବିଶାଖାପାଟଣା(ଓଡ଼ିଶାରିପୋର୍ଟର): ଠାକୁରଙ୍କ ପ୍ରସାଦ ପୁଡିଆରେ ସାଲୁବାଲୁ ହେଉଛନ୍ତି ପୋକ। ପ୍ୟାକ୍‌ ହୋଇଥିବା ଭୋଗ ପ୍ୟାକେଟ୍‌ର ଏଭଳି ସ୍ଥିତି ଦେଖି ପ୍ରସାଦ ପାଇବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ। ବିଶାଖାପାଟଣାର ବିଶ୍ୱ ପ୍ରଶିଦ୍ଧ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ନାଥଙ୍କ ମନ୍ଦିରରେ ସାମ୍ନାକୁ ଆସିଛି ଏଭଳି ଅଘଟଣ। ଏ ନେଇ ଭକ୍ତଙ୍କ ଅଭିଯୋଗ ପରେ ମଧ୍ୟ ମନ୍ଦିର ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ବିଶାଖାପାଟଣା ସହରଠାରୁ ମାତ୍ର ୧୦ କିଲୋମିଟର ଦୂରବର୍ତ୍ତି ସମୁଦ୍ର ପତନଠାରୁ […]

PRASADAMKB1

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 04:01 PM IST

ବିଶାଖାପାଟଣା(ଓଡ଼ିଶାରିପୋର୍ଟର): ଠାକୁରଙ୍କ ପ୍ରସାଦ ପୁଡିଆରେ ସାଲୁବାଲୁ ହେଉଛନ୍ତି ପୋକ। ପ୍ୟାକ୍‌ ହୋଇଥିବା ଭୋଗ ପ୍ୟାକେଟ୍‌ର ଏଭଳି ସ୍ଥିତି ଦେଖି ପ୍ରସାଦ ପାଇବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ। ବିଶାଖାପାଟଣାର ବିଶ୍ୱ ପ୍ରଶିଦ୍ଧ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ନାଥଙ୍କ ମନ୍ଦିରରେ ସାମ୍ନାକୁ ଆସିଛି ଏଭଳି ଅଘଟଣ। ଏ ନେଇ ଭକ୍ତଙ୍କ ଅଭିଯୋଗ ପରେ ମଧ୍ୟ ମନ୍ଦିର ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି ।

ବିଶାଖାପାଟଣା ସହରଠାରୁ ମାତ୍ର ୧୦ କିଲୋମିଟର ଦୂରବର୍ତ୍ତି ସମୁଦ୍ର ପତନଠାରୁ ୮୦୦ ମିଟର ଉଚ୍ଚ ସୀମାଞ୍ଚଳ ପାହାଡ଼ ଶୀର୍ଷରେ ରହିଛି ପ୍ରଭୁ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ନାଥଙ୍କ ମନ୍ଦିର। ଏଠାରେ ପ୍ରଭୁ ବିଷ୍ଣୁଙ୍କ ବରାହ ଓ ନୃସିଂହ ସ୍ୱରୁପକୁ ଦେବୀ ଲକ୍ଷ୍ମୀଙ୍କ ସହ ପୂଜା କରାଯାଏ। ପ୍ରତିଦିନ ଠାକୁରଙ୍କ ପାଖରେ ଲଡୁ, ପୁଳିହୋରା(ଖଟା ଭାତ) ପ୍ରସାଦ ଭାବେ ଲାଗି କରାଯାଇଥାଏ। ଯାହାକୁ ଶ୍ରଦ୍ଧାଳୁମାନେ ଅତି ଶ୍ରଦ୍ଧାର ସହ ଗ୍ରହଣ କରିଥାନ୍ତି । ଦୂରଦୁରନ୍ତ ସ୍ଥାନକୁ ଏହି ପ୍ରସାଦ ନେବାଲାଗି ପ୍ରସାଦ ପ୍ୟାକେଟ୍‌ କରି ବିକ୍ରୟ କରିବାର ମଧ୍ୟ ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ। ହେଲେ ଏବେ ଏଥିରେ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ ହେଉଛି।

ବର୍ତ୍ତମାନ ଅତି ନିମ୍ନମାନରେ ପ୍ରସାଦ ପ୍ରସ୍ତୁତ ହେଉଛି। କେତେବେଳେ ଏଥିରୁ ପୋକ ବାହାରୁଛନ୍ତି ତ କେତେବେଳେ ଭୋଗ ପ୍ୟାକେଟ୍‌ରେ ଜନ୍ଦା ପିମ୍ପୁଡ଼ି ଓ ଅସରପା ବାହାରୁଛନ୍ତି । ମନ୍ଦିର ପ୍ରଶାସନ ଦ୍ୱାରା ନିର୍ମାଣ ହେଉଥିବା ପ୍ରସାଦ ବିକ୍ରି ପାଇଁ ସ୍ୱତନ୍ତ୍ର ପ୍ରସାଦ ବିକ୍ରୟ କେନ୍ଦ୍ର ରହିଛି। ଏଠାରେ ବିକ୍ରି ହେଉଥିବା ଲଡୁ ଓ ପୁଳିହୋରାରୁ ପୋକଯୋକ ବାହାରୁଛନ୍ତି। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏ ବିଷୟରେ ଭକ୍ତମାନେ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ।

ଗତ ୨ ବର୍ଷ ପୂର୍ବେ ମନ୍ଦିର ପରିସରରେ ପାନ ଛେପ ପଡିଥିବା ଏପରିକି ମଦ ବୋତଲ ବାହାରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ବି ମନ୍ଦିର ପ୍ରଶାସନ ଏହାକୁ କୌଣସି ବିରୋଧୀଙ୍କ କାର୍ଯ୍ୟ କହି ଏଡେ଼ଇ ଦେଇଥିଲା । କିନ୍ତୁ ପ୍ରସାଦରେ ପୋକ ବାହାରୁଥିବା ନେଇ ମନ୍ଦିର ପ୍ରଶାସନିକ ଅଧିକାରୀ ଆର.ଭି.ଏସ. ପ୍ରସାଦଙ୍କୁ ପଚରା ଯିବାରୁ ସେ କହିଛନ୍ତି, କିଛି ସ୍ୱାମୀ ଆୟାପ୍ପା ଭକ୍ତ ସେମାନଙ୍କ ପୁଳିହୋରାରେ ଅସରପା ବାହାରିବା ଅଭିଯୋଗ କରିଛନ୍ତି । ଏଣୁ ମନ୍ଦିର ପ୍ରଶାସନ ଏହି ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ତଦନ୍ତ ପରେ ଦୋଷୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story