ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ପିଟର ମୁଖାର୍ଜୀ: ସିବିଆଇ

ନୂଆଦିଲ୍ଲୀ: ପିଟର ମୁଖାର୍ଜୀ ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ସିବିଆଇ ଦାବି କରିଛି। ପିଟର ମୁଖାର୍ଜୀ ଶୀନାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ସିବିଆଇ ପିଟର ମୁଖାର୍ଜୀଙ୍କୁ ପଚରାଉଚରା କରିବା ପରେ ଏହି ସୂଚନା ଦେଇଛି। ପିଟର ହିଁ ସେମାନଙ୍କ ଜୀବନରୁ ଶୀନାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରି ଇନ୍ଦ୍ରାଣୀଙ୍କ ଦ୍ୱାରା ହତ୍ୟା କରାଇଥିଲେ। ପିଟର ହତ୍ୟାକାଣ୍ଡର ପ୍ରମାଣକୁ ନଷ୍ଟ କରିଥିବା ନେଇ ସିବିଆଇ ତାଙ୍କୁ ଦୋଷୀ ମାନୁଛି। ଏହି କାରଣରୁ ସିବିଆଇ ତାଙ୍କ ବିରୋଧରେ […]

pitar

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 03:28 PM IST

ନୂଆଦିଲ୍ଲୀ: ପିଟର ମୁଖାର୍ଜୀ ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ସିବିଆଇ ଦାବି କରିଛି। ପିଟର ମୁଖାର୍ଜୀ ଶୀନାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ସିବିଆଇ ପିଟର ମୁଖାର୍ଜୀଙ୍କୁ ପଚରାଉଚରା କରିବା ପରେ ଏହି ସୂଚନା ଦେଇଛି। ପିଟର ହିଁ ସେମାନଙ୍କ ଜୀବନରୁ ଶୀନାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରି ଇନ୍ଦ୍ରାଣୀଙ୍କ ଦ୍ୱାରା ହତ୍ୟା କରାଇଥିଲେ।

ପିଟର ହତ୍ୟାକାଣ୍ଡର ପ୍ରମାଣକୁ ନଷ୍ଟ କରିଥିବା ନେଇ ସିବିଆଇ ତାଙ୍କୁ ଦୋଷୀ ମାନୁଛି। ଏହି କାରଣରୁ ସିବିଆଇ ତାଙ୍କ ବିରୋଧରେ ବିଶ୍ୱାସଘାତକତା ଓ ଷଡଯନ୍ତ୍ରକାରୀ ମାମଲା ରୁଜୁ କରିଛି।

ପିଟରଙ୍କ ସିବିଆଇ ରିମାଣ୍ଡ ୩୦ ନଭେମ୍ବର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସିବିଆଇ ସ୍ପେଶାଲ କୋର୍ଟ ଏହି ରାୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ସିବିଆଇ ପିଟରଙ୍କ ଲାଏ ଡିଟେକ୍ଟର ଟେଷ୍ଟ କରିବାକୁ ଚାହିଁଛନ୍ତି। ଏହାସହ ୭ଟି କମ୍ପାନୀର ଟଙ୍କା ପିଟରଙ୍କ ସିଙ୍ଗାପୁର ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଘଟଣାର ଯାଞ୍ଚ ମଧ୍ୟ କରାଯିବ। ଗୁରୁବାର ପିଟରଙ୍କ ସିବିଆଇ ଅବଧି ସରିଥିଲା। ତାଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା।

Related story