ଶୀନା ବୋରା ହତ୍ୟାକାଣ୍ଡ : ପିଟରଙ୍କୁ ରିମାଣ୍ଡରେ ନେଲା ସିବିଆଇ

ମୁମ୍ୱାଇ: ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ୨୬ ନଭେମ୍ୱର ପର୍ଯ୍ୟନ୍ତ ସବିଆଇ ହେପାଜତକୁ ପଠାଇ ଦିଆଯାଇଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପିଟରଙ୍କୁ ୧୦ ଦିନ ରିମାଣ୍ଡରେ ଆଣିବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ତେବେ କୋର୍ଟ ପିଟରଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ପିଟର, ଇନ୍ଦ୍ରାଣୀ, ଶୀନା ଏବଂ ରାହୁଲଙ୍କ ମଧ୍ୟରେ ହୋଇଥିବା ଟଙ୍କା କାରବାର ସମ୍ପର୍କରେ ତଦନ୍ତକାରୀ ଟିମ୍ […]

piter

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 12:37 PM IST

ମୁମ୍ୱାଇ: ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ୨୬ ନଭେମ୍ୱର ପର୍ଯ୍ୟନ୍ତ ସବିଆଇ ହେପାଜତକୁ ପଠାଇ ଦିଆଯାଇଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପିଟରଙ୍କୁ ୧୦ ଦିନ ରିମାଣ୍ଡରେ ଆଣିବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ତେବେ କୋର୍ଟ ପିଟରଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ପିଟର, ଇନ୍ଦ୍ରାଣୀ, ଶୀନା ଏବଂ ରାହୁଲଙ୍କ ମଧ୍ୟରେ ହୋଇଥିବା ଟଙ୍କା କାରବାର ସମ୍ପର୍କରେ ତଦନ୍ତକାରୀ ଟିମ୍ ଜାଣିବାକୁ ଚାହୁଁଛି।

ସିବିଆଇ ପିଟରଙ୍କୁ ଗତ ଗୁରୁବାର ଗିରଫ କରିଥିଲା। ପତ୍ନୀ ଇନ୍ଦ୍ରାଣୀ ସହ ପିଟର ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରରେ ସାମିଲ ଥିବା ସିବିଆଇ କୋର୍ଟରେ କହିଥିଲା। ଏହା ପୂର୍ବରୁ ପିଟରଙ୍କୁ ମୁମ୍ୱାଇ ପୋଲିସ ପଚରାଉଚରା କରିଥିଲା। ହେଲେ ପିଟର ସବୁବେଳେ ତାଙ୍କ ବୟାନ ବଦଳାଉ ଥିଲେ।

Related story