ମୁମ୍ବାଇ: ମୁମ୍ୱାଇ କମିଶନର ପଦବୀରୁ ରାକେଶ ମାରିଆଙ୍କୁ ବଦଳି କରାଯାଇଛି। ତାଙ୍କ ସହ ବହୁଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ କରୁଥିବା ଟିମର ସମସ୍ତ ସଦସ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ରାକେଶ ମାରିଆଙ୍କୁ ମୁମ୍ୱାଇ ପୋଲିସ କମିଶନରରୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଅହମ୍ମଦ ଜାବେଦଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ରାକେଶ ମାରିଆଙ୍କୁ ଡିଜିପି ରାଙ୍କକୁ ବଦଳି ପାଇଁ ମହାରାଷ୍ଟ୍ର ସରକାର ପୂର୍ବରୁ ନିଷ୍ପତି ନେଇଥିଲେ। ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ ଚାଲୁଥିଲା ବେଳେ ହଠାତ୍ ଏତେବଡ଼ ଧରଣର ପରିବର୍ତ୍ତନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି।