ଶ୍ରୀନଗର: ଗୋହତ୍ୟା ଅଭିଯୋଗରେ ୧୦ ଦିନ ପୂର୍ବରୁ ପେଟ୍ରୋଲ୍ ବୋମା ପକାଇ ଉଧାମପୁରର ଏକ ଟ୍ରକ୍ ଖଲାସି ଜାହିଦ୍ ରସୁଲଙ୍କୁ ହତ୍ୟା କରାଯାଇଥିଲା। ଜାହିଦଙ୍କ ମୃତ୍ୟୁ ପରେ ଶ୍ରୀନଗର ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ବେଳେ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ସୁରକ୍ଷା କର୍ମୀ ଟିୟର ଗ୍ୟାସ ପ୍ରୟୋଗ କରିଥିବା ଜଣାପଡିଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି। ସୋମବାର କାଶ୍ମୀରରର ୮ ଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ଶେୟଦ ଅଲ୍ଲୀ ଶାହ ଗିଲାନୀ ଏବଂ ଶବୀର ଅହମ୍ମଦ ଶାହା ସମେତ ଅନେକ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଛି।
ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଳା ବିଜେପି-ପିଡିପିର ମେଣ୍ଟକୁ ଦାୟୀ କରିଛନ୍ତି। ଏହାସହ ସରକାର ଗୋମାଂସ ବ୍ୟାନ ଉପରେ ରଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ,ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଓ ବିଜବେହରା ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀନଗରର ୬ଟି ଥାନା ଅଞ୍ଚଳରେ ମଧ୍ୟ କଡା ସୁରକ୍ଷା ଗ୍ରହଣ କରାଯାଇଛି।