ଆତ୍ମନିର୍ଭର ଭାରତ ୩.୦; ୧୨ ଯୋଜନା ପାଇଁ ୨.୬୫ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଯୋଗୁ ଧିମେଇ ଯାଇଥିବା ଦେଶର ଅର୍ଥନୀତିକୁ ବୁଷ୍ଟ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣିଥରେ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ଯୋଜନା ଘୋଷଣା କରିଛନ୍ତି। ଏଥିପାଇଁ ୨.୬୫ ଲକ୍ଷ କୋଟିର ବ୍ୟବସ୍ଥାର କରାଯାଇଛି। ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ପ୍ୟାକେଜ୍‌ରେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ […]

va

Hemant Lenka
  • Published: Thursday, 12 November 2020
  • , Updated: 12 November 2020, 04:15 PM IST

ନୂଆଦିଲ୍ଲୀ: କରୋନା ଯୋଗୁ ଧିମେଇ ଯାଇଥିବା ଦେଶର ଅର୍ଥନୀତିକୁ ବୁଷ୍ଟ କରିବା ପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣିଥରେ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ଯୋଜନା ଘୋଷଣା କରିଛନ୍ତି। ଏଥିପାଇଁ ୨.୬୫ ଲକ୍ଷ କୋଟିର ବ୍ୟବସ୍ଥାର କରାଯାଇଛି। ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ପ୍ୟାକେଜ୍‌ରେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏହାର ନାଁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଆଜି ଘୋଷଣା ହୋଇଥିବା ୨.୬୫ ଲକ୍ଷ କୋଟିର ପ୍ୟାକେଜରେ କର୍ପୋରେଟ ସେକ୍ଟର ଠାରୁ ଆରମ୍ଭ କରି ଚାଷୀ, ରିଏଲିଷ୍ଟେଟ ଓ ନବ ନିଯୁକ୍ତି ପାଉଥିବା ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନିର୍ମଳା ସୀତାରମଣ କହିଛନ୍ତି, ଆତ୍ମନିର୍ଭର ଭାରତ ୩.୦ ଜରିଆରେ ମୋଟ ୧୨ଟି ଯୋଜନା କାର୍ଯ୍ୟକାରୀ କରାଯିବ।

ଏଥିପାଇଁ ୨,୬୫,୦୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ମିଶାଇ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ସରକାର ମୋଟ ୨୯,୮୭,୬୪୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି ସାରିଲେଣି। ଏହା ଜିଡିପିର ପ୍ରାୟ ୧୫%।

୧-ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା: ଏହି ଯୋଜନାରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ଇପିଏଫଓ ଅଧୀନକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ କର୍ମଚାରୀମାନେ ପୂର୍ବରୁ ଇପିଏଫରେ ରେଜିଷ୍ଟର କରିନାହାନ୍ତି କିମ୍ବା ସେମାନଙ୍କ ଦରମା ୧୫ ହଜାର ଟଙ୍କାରୁ କମ ସେମାନେ ଏହି ଯୋଜନାରୁ ଲାଭ ପାଇବେ। ସେହିପରି ଯେଉଁ ବ୍ୟକ୍ତିମାନେ ଅଗଷ୍ଟରୁ ସେପ୍ଟେମ୍ବର ଯାଏ ଚାକିରିରେ ନଥିଲେ ଓ ଏହାପରେ ଇପିଏଫରେ ଯୋଡ଼ି ହୋଇଛନ୍ତି, ସେମାନେ ବି ଏହାର ଫାଇଦା ଉଠାଇ ପାରିବେ।

ଏହି ଯୋଜନା ୨୦୨୧ ଜୁନ୍‌ ୩୦ ଯାଏ ଲାଗୁ ହେବ। ସରକାର ୨ ବର୍ଷ ଯାଏ ୧୦୦୦ କର୍ମଚାରୀ ବିଶିଷ୍ଟ ସଂସ୍ଥା ଗୁଡ଼ିକ ପାଇଁ ପୂରା ୨୪% ଇପିଏଫ ଭରଣ କରିବେ। ଏହା ଚଳିତ ବର୍ଷ ଅକ୍ଟୋବର ୧ରୁ ପିଛିଲା ଭାବେ ଲାଗୁ ହେବ। ସେହିପରି ୧୦୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥା ଗୁଡ଼ିକରେ ନୂଆ ନିଯୁକ୍ତି ପାଉଥିବା ଲୋକଙ୍କର ଇପିଏଫ ବାବଦକୁ ୧୨% ଅର୍ଥ କେନ୍ଦ୍ର ସରକାର ସବସିଡି ଆକାରରେ ଦେବେ। ଏହି ଯୋଜନାରେ ପ୍ରାୟ ୯୫% ସଂସ୍ଥାର କୋଟିକୋଟି କର୍ମଚାରୀ ଲାଭ ପାଇବେ ବୋଲି ସରକାର କହିଛନ୍ତି।

୨-ଇସିଏଲଜିଏସ୍ ଯୋଜନାର ଅବଧି ବୃଦ୍ଧି: ସରକାର ୩ ଲକ୍ଷ କୋଟି ଟଙ୍କାର ଏର୍ମଜେନ୍ସି କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ୍)ର ଅବଧିକୁ ୨୦୨୧ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି। ଇସିଏଲଜିଏସ୍ ୨.୦ରେ କ୍ରେଡିଟ ସମୟ ୫ ବର୍ଷ ହୋଇଛି। ଏହା ମଧ୍ୟରେ ପ୍ରିନ୍ସିପାଲ ଆମାଉଣ୍ଟ ରିଫଣ୍ଡ ପାଇଁ ଗୋଟିଏ ବର୍ଷର ମୋରାଟରିୟମ ପରିୟଡ ରହିବ।

୩- ଉତ୍ପାଦନ ଶିଳ୍ପର ବିକାଶ ପାଇଁ ୧.୪୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏହା ମଧ୍ୟରେ ମୋବାଇଲ ତିଆରି ଶିଳ୍ପ, ବୈଦ୍ୟୁତିକ ଉପକରଣ ଶିଳ୍ପ ଓ ଫାର୍ମା ଭଳି ୧୦ଟି ସେକ୍ଟର ରହିଛି। ଏହା ଦେଶର ଅର୍ଥନୀତିକୁ ଆଗକୁ ନେବା ସହ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ।

-ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) ପାଇଁ ଅତିରିକ୍ତ ୧୮ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୧୨ ଲକ୍ଷ ସହରୀ ଗରିବଙ୍କୁ ଘର ଯୋଗାଇ ଦିଆଯିବ। ସେହିପରି ଅଧାପନ୍ତରିଆ ହୋଇ ପଡ଼ିଥିବା ୧୮ ଲକ୍ଷ ଘରକୁ ସଂପୂର୍ଣ୍ଣ କରାଯିବ। ଖାଲି ସେତିକି ନୁହେଁ, ନିର୍ମାଣ କାମ ଯୋଗୁ ୭୮ ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।

-ନିର୍ମାଣ ଓ ଭତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରୀ ଟେଣ୍ଡର୍‌ରେ ଟଙ୍କା ଜମା ଓ ସିକ୍ୟୁରିଟି ଜମା ବ୍ୟବସ୍ଥାକୁ କୋହଳ କରାଯାଇଛି। ସରକାରୀ କଣ୍ଟ୍ରାକ୍ଟ ପାଇଁ ପୂର୍ବରୁ ସିକ୍ୟୁରିଟି ଜମା ଭାବେ ୫ରୁ ୧୦% ଦେବାକୁ ପଡ଼ୁଥିଲା। ହେଲେ ଏବେ ଏହାକୁ ୩%କୁ ହ୍ରାସ କରାଯିବ। ସେହିପରି ଟେଣ୍ଡର ପାଇଁ କୌଣସି ପ୍ରକାରର ଇଏନଡି ବା ଇୟରନେଷ୍ଟ ମନି ଡିପୋଜିଟି ଦେବାକୁ ପଡ଼ିବ ନାହିଁ।

୬- ଆବାସିକ ରିୟଲଇଷ୍ଟେଟ ସେକ୍ଟର ପ୍ରତି ଚାହିବା ବୃଦ୍ଧି ପାଇଁ ପାଇଁ ଡେଭଲପର ଓ ଘର କିଣୁଥିବା ଲୋକଙ୍କ ଆୟକର ରିଟର୍ଣ୍ଣରେ କୋହଳ ନୀତି ପୋଷଣ କରାଯିବ।

-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ ଅତିରିକ୍ତ ୧୦ କୋଟିର ବ୍ୟବସ୍ଥା କରାଯାଇଛି। ଏହି ଅର୍ଥକୁ ମନେରଗା କିମ୍ବା ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ।

-ଚାଷୀଙ୍କୁ ସାର ସବସିଡି ଦେବା ପାଇଁ ୬୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

୯-କରୋନା ଟିକା ଉପରେ ଗବେଷଣା କରିବା ପାଇଁ ୯୦୦ କୋଟି ଖର୍ଚ୍ଚ କରାଯିବ। ଏହି ଅର୍ଥ ବାଓଟେକ୍ନୋଲଜି ବିଭାଗକୁ ମିଳିବ। ଏହାକୁ କରୋନା ଟିକା କିଣାରେ ଖର୍ଚ୍ଚ କରାଯିବ ନାହିଁ, କେବଳ ଗବେଷଣା ବାବଦରେ ବିନିଯୋଗ କରାଯିବ। କୋଭିଡ ସୁରକ୍ଷା ମିଶନରେ ଏହି ଅର୍ଥ ଖର୍ଚ୍ଚ ହେବ।

୧୦- NIIFର ଋଣ ପ୍ଲାଟଫର୍ମରେ ସରକାର ଇକ୍ୱିଟି ଭାବରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଇନଫ୍ରା ଋଣ ଫାଇନାନସିଂ ପ୍ଲାଟଫର୍ମ ପାଇଁ ୧.୧୦ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି।

୧୧-EXIM ବ୍ୟାଙ୍କକୁ ଲାଇନ୍ସ ଅଫ କ୍ରେଡିଟ୍ ଜରିଆରେ ରପ୍ତାନୀ ପ୍ରକଳ୍ପ ବୃଦ୍ଧି ପାଇଁ ୩ ହଜାର କୋଟି ଟଙ୍କା ଦିଆଯିବ।

୧୨- ପୁଞ୍ଜି ଓ ଶିଳ୍ପ ପାଇଁ ଅତିରିକ୍ତ ୧୦,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Related story