ଜମ୍ମୁ କଶ୍ମୀର ସ୍ଥିତି ଖରାପ: ଗୁଲାମ୍ ନବୀ ଆଜାଦ୍

ଜମ୍ମୁ: ସେପ୍ଟେମ୍ୱର ୧୬ରେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍। ୬ ଦିନିଆ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଜମ୍ମୁରେ ପହଞ୍ଚିଥିଲେ ଗୁଲାମ୍ ନବୀ। ଜମ୍ମୁ କଶ୍ମୀରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଏବେ ସୀମାରେ ସ୍ଥିତି ବହୁତ ଖରାପ୍। ଆଗକୁ ଆଉ ଦୁଇ ଦିନ ରହିବାର ରହିଛି ଏହି ସ୍ଥାନରେ। ପୂର୍ବରୁ ଚାରି ଦିନ ରହିଥିଲି। […]

GULAM NABI AZAD

Subhransu Sekhar
  • Published: Wednesday, 25 September 2019
  • , Updated: 25 September 2019, 04:33 PM IST

ଜମ୍ମୁ: ସେପ୍ଟେମ୍ୱର ୧୬ରେ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍। ୬ ଦିନିଆ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଜମ୍ମୁରେ ପହଞ୍ଚିଥିଲେ ଗୁଲାମ୍ ନବୀ। ଜମ୍ମୁ କଶ୍ମୀରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଏବେ ସୀମାରେ ସ୍ଥିତି ବହୁତ ଖରାପ୍। ଆଗକୁ ଆଉ ଦୁଇ ଦିନ ରହିବାର ରହିଛି ଏହି ସ୍ଥାନରେ। ପୂର୍ବରୁ ଚାରି ଦିନ ରହିଥିଲି। ସେ ବୁଲିବା ପାଇଁ ଚାହୁଁଥିବା ୧୦ ପ୍ରତିଶତ ସ୍ଥାନକୁ ପ୍ରଶାସନ ଯିବା ପାଇଁ ଅନୁମତି ଦେଇନାହିଁ ବୋଲି ସେ କହିଛନ୍ତି। ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଯାଇ ପ୍ରତିକ୍ରିୟା ରଖିବେ ବୋଲି ଗୁଲାମ ନବୀ କହିଛନ୍ତି। ସେହିପରି ଗୃହବନ୍ଦୀ ରହିଥିବା ନେତାଙ୍କ ବାବଦରେ ଗୁଲାମ ନବୀ କହିଥିଲେ ଜମ୍ମୁ କଶ୍ମୀରରେ ବାକ୍ ସ୍ୱାଧୀନତାର ନଜିର ନାହିଁ।

ଏହି ଗସ୍ତ ସମୟରେ ଗୁଲାମ୍ ନବୀ ବାରମୁଳା ଜିଲ୍ଲା ମୁଖ୍ୟାଳୟରେ ଥିବା ଫଳ ମଣ୍ଡିର ସ୍ଥିତି ବାବଦରେ ଅବଗତ ହେବା ସହ ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଯେଉଁ ଫଳ ପେଟିକୁ ସରକାର ୭୦୦ ଟଙ୍କା ଲେଖାଏଁ କିଣୁଛନ୍ତି ତାକୁ ଦିଲ୍ଲୀରେ ୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ବୋଲି ବ୍ୟବସାୟୀ କହିଛନ୍ତି।

ସୂଚନାଯୋଗ୍ୟ, ୧୬ ସେପ୍ଟେମ୍ୱରରେ ସୁପ୍ରିମକୋର୍ଟ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ କଶ୍ମୀର ଯାଇ ବିଭିନ୍ନ ଜିଲ୍ଲାର ଲୋକଙ୍କ ସହିତ ନିଜ ପରିବାର ଲୋକଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ଅନୁମତି ମାଗିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗୁଲାମ୍ ନବୀଙ୍କୁ ଶ୍ରୀନଗର, ଜମ୍ମୁ, ବାରମୁଲା, ଅନନ୍ତନାଗ ଯାଇ ଲୋକଙ୍କ ସହ ମିଶିବାକୁ ଅନୁମତି ଦେଇଥିଲେ। ଏହି ସମୟରେ କୌଣସି ରାଜନୀତିକ କାର୍ଯ୍ୟକ୍ରମ ଯେପରି ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଆଜାଦଙ୍କୁ କହିଥିଲେ। ଗସ୍ତ ଶେଷ କରି ଯିବା ପରେ ସୁପ୍ରିମକୋର୍ଟରେ ଗୁଲାମ ନବୀ ଆଜାଦ୍ ଜମ୍ମୁ କଶ୍ମୀରର ସ୍ଥିତି ବାବଦରେ ଏକ ସତ୍ୟପାଠ ଦାଖଲ କରିବେ।

ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ହେବା ପରେ ଗୁଲାମ୍ ନବୀ କଶ୍ମର ଆସିଥିଲେ ମଧ୍ୟ ପ୍ରଶାସନ ଫେରାଇ ଦେଇଥିଲା।

Related story