ହାର୍ଦ୍ଦିକ ପଟେଲଙ୍କ ସହିତ ଆଲୋଚନା କରନ୍ତୁ ଗୁଜରାଟ ସରକାର, ନହେଲେ ପରିଣାମ ମୋଦିଙ୍କୁ ଭୋଗିବାକୁ ପଡ଼ିବ: ଶିବସେନା

ମୁମ୍ବାଇ: ସହଯୋଗୀ ବିଜେପିକୁ ପୁଣି ଟାର୍ଗେଟ୍ କରିଛି ଶିବସେନା। ଏଥର ହାର୍ଦ୍ଦିକ ପଟେଲଙ୍କୁ ଆଧାର କରି ବିଜେପିକୁ ଟାର୍ଗେଟ କରିଛି ଦଳ। ଶିବସେନା ଏହାର ମୁଖପାତ୍ର ‘ସାମନା’ରେ ଲେଖିଛି ଯେ ଗୁଜରାଟ ସରକାର ହାର୍ଦ୍ଦିକ ପଟେଲଙ୍କ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରିବା ଉଚିତ୍। ସରକାର ତାଙ୍କର ଯତ୍ନ ନେବା ଦରକାର। ନହେଲେ ପଛକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଟେଲ ସଂପ୍ରଦାୟର ଅସନ୍ତୋଷର ପରିଣାମ ଭୋଗିବାକୁ ପଡ଼ିବ। ‘ସାମନା’ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ସିଧାସଳଖ ସମାଲୋଚନା କରିଛି […]

hardik

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 05:22 AM IST

ମୁମ୍ବାଇ: ସହଯୋଗୀ ବିଜେପିକୁ ପୁଣି ଟାର୍ଗେଟ୍ କରିଛି ଶିବସେନା। ଏଥର ହାର୍ଦ୍ଦିକ ପଟେଲଙ୍କୁ ଆଧାର କରି ବିଜେପିକୁ ଟାର୍ଗେଟ କରିଛି ଦଳ। ଶିବସେନା ଏହାର ମୁଖପାତ୍ର ‘ସାମନା’ରେ ଲେଖିଛି ଯେ ଗୁଜରାଟ ସରକାର ହାର୍ଦ୍ଦିକ ପଟେଲଙ୍କ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରିବା ଉଚିତ୍। ସରକାର ତାଙ୍କର ଯତ୍ନ ନେବା ଦରକାର। ନହେଲେ ପଛକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଟେଲ ସଂପ୍ରଦାୟର ଅସନ୍ତୋଷର ପରିଣାମ ଭୋଗିବାକୁ ପଡ଼ିବ।

‘ସାମନା’ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ସିଧାସଳଖ ସମାଲୋଚନା କରିଛି ଶିବସେନା। ଦଳ ଏଥିରେ ଲେଖା ହୋଇଛି, ନିଜେ ଆନନ୍ଦିବେନ୍ ମୁମ୍ବାଇରେ ଦାବି କରିଥିଲେ ଯେ ଉଦ୍ୟୋଗୀମାନଙ୍କ ପାଇଁ ଗୁଜରାଟ ପ୍ରକୃଷ୍ଟ ସ୍ଥାନ। କିନ୍ତୁ ଏବେ ସେଠାରେ ଦେଖାଯାଇଛି ଅଶାନ୍ତ ବାତାବରଣ। ରାଜନୈତିକ କର୍ମକର୍ତ୍ତାଙ୍କୁ ଅପହରଣ ଓ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି। ବୁଧବାର ହାର୍ଦ୍ଦିକ ଅଭିଯୋଗ କରିଥିଲେ ଯେ ତାଙ୍କୁ ଅପହରଣ କରିଥିଲେ। ଶିବ ସେନା ଆହୁରି କହିଛି ଯେ ଏବେ ଗୁଜରାଟ ବି ଉତ୍ତର ପ୍ରଦେଶ ଓ ବିହାର ଭଳି ହେବାକୁ ଯାଉଛି। ମହାରାଷ୍ଟ୍ର ସହିତ ଗୁଜରାଟର ଭାବନାତ୍ମକ ସଂପର୍କ ରହିଛି। ଗୁଜରାଟ ହେଉଛି ମହାରାଷ୍ଟ୍ରର ଯାଆଁଳା ଭାଇ। ତେଣୁ ଦଳକୁ ଗୁଜରାଟର ଚିନ୍ତା ଲାଗି ରହୁଛି। ସେଠାରେ କିଛି ଓଲାଟା ସିଧା ଘଟଣା ଘଟିଗଲେ ତା’ର ପରିଣାମ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଗିବାକୁ ପଡ଼ିବ।

Related story