ମାରିଦେଲା ‘ମୋରା’

ଢାକା: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋରା’ ମହାବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳ ଛୁଇଁଛି। ଆଜି ସକାଳ ୬ଟାରେ ‘ମୋରା’ କ୍ରକ୍ସ ବଜାର କୁଟ୍‌ବ୍‌ଦିଆ ଭୂଖଣ୍ଡ ଛୁଇଁଥିଲା। ଏହାର ପ୍ରଭାବରେ ୨୦,୦୦୦ ରୁ ଅଧିକ ଘର ଭାଙ୍ଗି ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭୋଲା ଜିଲ୍ଲାର ରଙ୍ଗମାଟିଆ ସହରରେ ଜଣେ ମହିଳା, ଛୋଟ ପିଲାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗଛ ଉପୁଡ଼ି ସେମାନଙ୍କ ଉପରେ ପଡ଼ିବାରୁ ମୃତ୍ୟୁ […]

mora

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 10:18 PM IST

ଢାକା: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋରା’ ମହାବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳ ଛୁଇଁଛି। ଆଜି ସକାଳ ୬ଟାରେ ‘ମୋରା’ କ୍ରକ୍ସ ବଜାର କୁଟ୍‌ବ୍‌ଦିଆ ଭୂଖଣ୍ଡ ଛୁଇଁଥିଲା। ଏହାର ପ୍ରଭାବରେ ୨୦,୦୦୦ ରୁ ଅଧିକ ଘର ଭାଙ୍ଗି ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭୋଲା ଜିଲ୍ଲାର ରଙ୍ଗମାଟିଆ ସହରରେ ଜଣେ ମହିଳା, ଛୋଟ ପିଲାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗଛ ଉପୁଡ଼ି ସେମାନଙ୍କ ଉପରେ ପଡ଼ିବାରୁ ମୃତ୍ୟୁ ଘଟିଛି।

ଉଦ୍ଧାର କାର୍ଯ୍ୟରେ ୬,୦୧୦ ସ୍ୱେଚ୍ଛାସେବୀ ଓ ୧୫,୦୦୦ ରେଡ୍‌କ୍ରସ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୮୮ ମେଡିକାଲ ୟୁନିଟ୍‌କୁ ନିୟୋଜିତ କରାଯାଇଛି। ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲାଯାଇଥିବା ବାଂଲାଦେଶ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜଣାପଡ଼ିଛି।

Related story