ସ୍ମାର୍ଟଫୋନ୍‌ ହାତରୁ ପଡ଼ିଯାଉଛି କି? ଚିନ୍ତା କରନ୍ତୁ ନାହିଁ, ଆସିଲା 'ସ୍ମାର୍ଟଫୋନ୍‌ ଏୟାର୍‌ବ୍ୟାଗ୍‌'  

ନୂଆଦିଲ୍ଲୀ:  ସମୟ ସହିତ ତାଳ ଦେଇ ନୂଆ ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଆସୁଛି। ଏହା ସହ ଲୋକମାନେ ଏଗୁଡ଼ିକୁ କିଣିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି। ମହଙ୍ଗା ହେଲେ ମଧ୍ୟ ସମସ୍ତଙ୍କର ଇଚ୍ଛା ସ୍ମାର୍ଟଫୋନ୍‌ଟିଏ ଧରିବା ପାଇଁ। ନୂଆ ଫୋନ୍‌ଟିଏ କିଣିଲେ ଆମେ ତାହାକୁ ଅତି ଯତ୍ନର ସହିତ ସଜାଡ଼ି ରଖିଥାଉ। ଫୋନ୍‌ଟି କାଳେ ପଡ଼ି ଯିବ- ସେ ନେଇ ବି ଭୟ ଥାଏ। କେହି କେହି ଫୋନ୍‌ର ଇନ୍‌ସ୍ୟୁରାନ୍ସ ମଧ୍ୟ କରିଥାନ୍ତି। ଫୋନ୍‌ ପଡ଼ିଗଲେ […]

smartairbag

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 03:05 PM IST

ନୂଆଦିଲ୍ଲୀ:  ସମୟ ସହିତ ତାଳ ଦେଇ ନୂଆ ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଆସୁଛି। ଏହା ସହ ଲୋକମାନେ ଏଗୁଡ଼ିକୁ କିଣିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରୁଛନ୍ତି। ମହଙ୍ଗା ହେଲେ ମଧ୍ୟ ସମସ୍ତଙ୍କର ଇଚ୍ଛା ସ୍ମାର୍ଟଫୋନ୍‌ଟିଏ ଧରିବା ପାଇଁ। ନୂଆ ଫୋନ୍‌ଟିଏ କିଣିଲେ ଆମେ ତାହାକୁ ଅତି ଯତ୍ନର ସହିତ ସଜାଡ଼ି ରଖିଥାଉ। ଫୋନ୍‌ଟି କାଳେ ପଡ଼ି ଯିବ- ସେ ନେଇ ବି ଭୟ ଥାଏ। କେହି କେହି ଫୋନ୍‌ର ଇନ୍‌ସ୍ୟୁରାନ୍ସ ମଧ୍ୟ କରିଥାନ୍ତି। ଫୋନ୍‌ ପଡ଼ିଗଲେ ଆଉ କିଛି ହଉ ନ ହଉ ଅଧିକାଂଶ ସମୟରେ ଡିସ୍‌ପ୍ଲେ ନଷ୍ଟ ହୋଇଯାଏ। ତେଣୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ବର୍ତ୍ତମାନ ଆପଣଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ସ୍ମାର୍ଟଫୋନ୍‌ ପଡ଼ିଲେ ଏବେ ଭାଙ୍ଗିବ ନାହିଁ। ଏଥିପାଇଁ ବଜାରକୁ ଆସୁଛି 'ସ୍ମାର୍ଟଫୋନ୍‌ ଏୟାର୍‌ବ୍ୟାଗ୍‌'।
ବୈଜ୍ଞାନିକମାନେ ଫୋନ୍ ପାଇଁ ଏମିତି ଏକ କଭର୍‌ ତିଆରି କରିଛନ୍ତି, ଯାହା ଏୟାରବ୍ୟାଗ୍‌ ପରି କାମ କରିବ। ଆପଣଙ୍କ ଫୋନ୍‌ ପଡ଼ିଗଲେ ଏହା ସୁରକ୍ଷା ଦେବ। ଏହି କଭର୍‌ ଅଲଗା ଫୋନ୍‌ କଭର୍ ପରି ଦେଖିବାକୁ। କିନ୍ତୁ ଯେବେ ଆପଣଙ୍କ ଫୋନ୍‌ ପଡ଼ିଯିବ ସଙ୍ଗେ ସଙ୍ଗେ କଭର୍‌ ଚାରି କୋଣରୁ ଚାରୋଟି ଗୋଡ଼ ପରି ବାହାରି ଆସିବ ଓ ଫୋନ୍‌କୁ ଧରି ନେବ। ଏହା ସେନ୍‌ସର୍‌ ପରି କାମ କରିବ।

‘ଦ ଟେଲିଗ୍ରାଫ୍‌’ ପ୍ରକାଶିତ ଏକ ଖବର ଅନୁସାରେ ଜର୍ମାନୀର ଆଲେନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଫିଲିପ୍‌ ଫ୍ରେଜେଲ୍‌ ଏହାକୁ ତିଆରି କରିଛନ୍ତି। ତେବେ ଏହା କେବେ ବଜାରରେ ଉପଲବ୍ଧ ହେବ ତାହା ଜଣାପଡ଼ି ନାହିଁ।

Related story