ସ୍ମୃତି ଇରାନୀଙ୍କୁ ‘ଜେଡ୍’ ସୁରକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଜେଡ୍’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଥିରେ ୨୦ ଜଣ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ରୋହିତ ଭାମୁଲାଙ୍କ ଆତ୍ମହତ୍ୟା ପରେ ସ୍ମୃତି ଇରାନୀଙ୍କୁ ବିଭିନ୍ନ ସ୍ଥାନରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ତେଣୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ସ୍ମୃତି କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଏବେ ଗୃହ […]

Smriti_Irani

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 11:59 AM IST

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ଜେଡ୍’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏଥିରେ ୨୦ ଜଣ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ରୋହିତ ଭାମୁଲାଙ୍କ ଆତ୍ମହତ୍ୟା ପରେ ସ୍ମୃତି ଇରାନୀଙ୍କୁ ବିଭିନ୍ନ ସ୍ଥାନରେ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ତେଣୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ସ୍ମୃତି କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଏବେ ଗୃହ ବିଭାଗ ପକ୍ଷରୁ ‘ୱାଇ’ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ‘ଜେଡ୍’ ସୁରକ୍ଷା ଶ୍ରେଣୀରେ ସାମିଲ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ‘ଜେଡ୍’ ଓ ‘ଜେଡ୍ ପ୍ଲସ’ ସୁରକ୍ଷା ପାଇଥିବା କେନ୍ଦ୍ରମନ୍ତ୍ରୀମାନେ ହେଲେ ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ, ରାଷ୍ଟ୍ରମନ୍ତ୍ରୀ କୀରଣ ରିଜ୍ଜୁ, ଜିତେନ୍ଦ୍ର ସିଂହ,ଜାତୀୟ ସୁରକ୍ଷା ଉପଦେଷ୍ଠା ଅଜିତ ଡୋଭାଲ, ଆରଏସଏସ ମୁଖ୍ୟ ମୋହନ ଭଗବତ୍ ଓ ବିଜେପି ସଭାପତି ଅମିତ ଶାହ।

Related story