ବିଜେପି ଟାର୍ଗେଟରେ ରାହୁଲଙ୍କ ଅମେଠୀ: ମଙ୍ଗ ଧରିଲେ ମୋଦିଙ୍କ ତିନି ରତ୍ନ

ନୂଆଦିଲ୍ଲୀ: କଂଗ୍ରେସ୍‌ର ଗଡ଼ କୁହାଯାଉଥିବା ଅମେଠୀ ଉପରେ ବିଜେପିର ନଜର। କଂଗ୍ରେସର ରାଜକୁମାର ରାହୁଲ ଗାନ୍ଧିଙ୍କ ହାତରୁ ଏହି ସିଟ୍‌ ଛଡାଇ ନେବାକୁ ଦଳ ଆରମ୍ଭ କରିଦେଇଛି ସମର ସଜ୍ଜା। ଏହାର ମଙ୍ଗ ଧରିଛନ୍ତି ମୋଦିଙ୍କ ତିନି ରତ୍ନ କହୁଯାଉଥିବା ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀ। ସ୍ମୃତି ଆସନ୍ତା ୯ ତାରିଖରୁ ଦୁଇଦିନିଆ ଅମେଠୀ ଗସ୍ତ କରିବେ। ସେହିପରି ଅକ୍ଟୋବର ୧୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅମେଠୀ ଗସ୍ତ କରିବେ। […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 08:29 PM IST

ନୂଆଦିଲ୍ଲୀ: କଂଗ୍ରେସ୍‌ର ଗଡ଼ କୁହାଯାଉଥିବା ଅମେଠୀ ଉପରେ ବିଜେପିର ନଜର। କଂଗ୍ରେସର ରାଜକୁମାର ରାହୁଲ ଗାନ୍ଧିଙ୍କ ହାତରୁ ଏହି ସିଟ୍‌ ଛଡାଇ ନେବାକୁ ଦଳ ଆରମ୍ଭ କରିଦେଇଛି ସମର ସଜ୍ଜା। ଏହାର ମଙ୍ଗ ଧରିଛନ୍ତି ମୋଦିଙ୍କ ତିନି ରତ୍ନ କହୁଯାଉଥିବା ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀ।

ସ୍ମୃତି ଆସନ୍ତା ୯ ତାରିଖରୁ ଦୁଇଦିନିଆ ଅମେଠୀ ଗସ୍ତ କରିବେ। ସେହିପରି ଅକ୍ଟୋବର ୧୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅମେଠୀ ଗସ୍ତ କରିବେ। ତାଙ୍କ ସହ ସ୍ମୃତି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ।

ଆମେଠୀ ଜିଲ୍ଲା ପ୍ରଶାସନ ଅନୁସାରେ ଅକ୍ଟୋବର ୧୦ରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନର ସମ୍ଭାବନା ରହିଛି। ଏହି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଅମିତ ଶାହା, ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀ ସମ୍ବୋଧିତ କରିବେ। ଏହାସହ ବିଭିନ୍ନ ଯୋଜନାର ପ୍ରମାଣପତ୍ର ହିତାଧିକାରୀଙ୍କୁ ବଣ୍ଟନ କରାଯିବ।

ସୂଚନାଯୋଗ୍ୟ, ୩ଦିନିଆ ଗସ୍ତରେ ଅମେଠୀ ଯାଇଥିବା ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ବେକାରୀ ଓ କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ସେ ମୋଦିଙ୍କୁ ଆହ୍ୱାନ ଦେଇଥିଲେ। ଏପରିକି ୬ ମାସରେ ଏହି ସମସ୍ୟାର ସମାଧାନ କଂଗ୍ରେସ କରିଦେବ ବୋଲି ସେ ଦାବି କରିଥିଲେ। ମୋଦି ଦେଶର ସମୟ ବରବାଦ ନ କରି ନିଜ କଥା ଅନୁସାରେ ଯୁବକଙ୍କୁ ରୋଜଗାର ଦିଅନ୍ତୁ ବୋଲି ରାହୁଲ କହିଥିଲେ।

Related story