ସୋନିଆ ଗାନ୍ଧୀଙ୍କୁ ଚେତାଇଲେ ସ୍ମୃତି ଇରାନୀ

ଆମେଠି: ନିଜ ସଂସଦୀୟ କ୍ଷେତ୍ର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ କଡ଼ା ଚେତାବନୀ ଦେଇଛନ୍ତି। ଶନିବାର ଉତ୍ତରପ୍ରଦେଶର ଆମେଠିରେ କହିଛନ୍ତି ଯେ ଯଦି କଂଗ୍ରେସ ବିଜେପି କର୍ମୀଙ୍କୁ ହଇରାଣ କରିବ, ତେବେ ୨୦୨୪ରେ ରାଇବରେଲି ଆସନ ମଧ୍ୟ ଖାଲି ହୋଇଯିବ। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଉଦବୋଧନ ଦେବା ଅବସରରେ ସ୍ମୃତି ଏହା କହିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଖୋଲାଖୋଲି ଭାବେ ଶୁଣିବା ଉଚିତ, ଏଠିକାର ଲୋକେ ହଇରାଣ ହେବାକୁ […]

smruti-irani

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 08:37 PM IST

ଆମେଠି: ନିଜ ସଂସଦୀୟ କ୍ଷେତ୍ର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ କଡ଼ା ଚେତାବନୀ ଦେଇଛନ୍ତି। ଶନିବାର ଉତ୍ତରପ୍ରଦେଶର ଆମେଠିରେ କହିଛନ୍ତି ଯେ ଯଦି କଂଗ୍ରେସ ବିଜେପି କର୍ମୀଙ୍କୁ ହଇରାଣ କରିବ, ତେବେ ୨୦୨୪ରେ ରାଇବରେଲି ଆସନ ମଧ୍ୟ ଖାଲି ହୋଇଯିବ। ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଉଦବୋଧନ ଦେବା ଅବସରରେ ସ୍ମୃତି ଏହା କହିଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଖୋଲାଖୋଲି ଭାବେ ଶୁଣିବା ଉଚିତ, ଏଠିକାର ଲୋକେ ହଇରାଣ ହେବାକୁ ଚାହାଁନ୍ତିନି। ଯଦି ସେମାନେ ବିଜେପି କର୍ମୀଙ୍କୁ ହଇରାଣ କରିବେ କିମ୍ବା ଅପମାନିତ କରିବାକୁ ସାହସ କରିବେ ୨୦୨୪ ରାଏବରେଲି ଆସନ ବି ବିଜେପି ହାତକୁ ଯିବ।"

https://twitter.com/AHindinews/status/1342800125698080769?s=20

ଜଣେ ସାଧାରଣ ପରିବାରରୁ ସେ ଆସିଛନ୍ତି। ହେଲେ ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରିବାରୁ ଅନେକ ଅପମାନିତ ହୋଇଛନ୍ତି। କିନ୍ତୁ ସେ ଏହାକୁ ଖାତିର କରିନଥିଲେ। ତେଣୁ ଆମେଠି ବାସୀ ତାଙ୍କୁ ‘ଦିଦି’ ବୋଲି ଗ୍ରହଣ କରିଛନ୍ତି ବୋଲି ଇରାନୀ କହିଛନ୍ତି।

Related story