ରେଳବାଇର ନୂଆ ନିୟମ: ଟ୍ରେନ୍‌ ଲେଟ୍‌ ଥିଲେ ମିଳିଯିବ ଏସ୍‌ଏମ୍‌ଏସ୍‌ରେ ସୂଚନା

ନୂଆଦିଲ୍ଲୀ: ବେଳେବେଳେ ରେଳଯାତ୍ରା କରିବା ବେଳେ ଆମେ ସମସ୍ୟା ଭୋଗୁ। ଟ୍ରେନ ବିଳମ୍ବ ଥିଲେ ଅଯଥା ସମୟ ନଷ୍ଟ କରି ଷ୍ଟେସନରେ ବୁଲିବା ସାର ହୁଏ। କିନ୍ତୁ ଚିନ୍ତା କରନ୍ତୁନି । ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଏଣିକି ଟ୍ରେନ ବିଳମ୍ବରେ ଆସୁଥିଲେ ଆପଣଙ୍କ ପାଖକୁ ମୋବାଇଲ୍ ଏସ୍‌ଏମ୍‌ଏସ୍‌ ଯୋଗେ ଖବର ମିଳିଯିବ। ଆଉ ଘଣ୍ଟା ଘଣ୍ଟା ଅପେକ୍ଷା  କରିବାକୁ  ପଡ଼ିବ ନାହଁ। ଯାତ୍ରୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି […]

indian-railways-640x420

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 09:24 PM IST

ନୂଆଦିଲ୍ଲୀ: ବେଳେବେଳେ ରେଳଯାତ୍ରା କରିବା ବେଳେ ଆମେ ସମସ୍ୟା ଭୋଗୁ। ଟ୍ରେନ ବିଳମ୍ବ ଥିଲେ ଅଯଥା ସମୟ ନଷ୍ଟ କରି ଷ୍ଟେସନରେ ବୁଲିବା ସାର ହୁଏ। କିନ୍ତୁ ଚିନ୍ତା କରନ୍ତୁନି । ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଏଣିକି ଟ୍ରେନ ବିଳମ୍ବରେ ଆସୁଥିଲେ ଆପଣଙ୍କ ପାଖକୁ ମୋବାଇଲ୍ ଏସ୍‌ଏମ୍‌ଏସ୍‌ ଯୋଗେ ଖବର ମିଳିଯିବ। ଆଉ ଘଣ୍ଟା ଘଣ୍ଟା ଅପେକ୍ଷା  କରିବାକୁ  ପଡ଼ିବ ନାହଁ।

ଯାତ୍ରୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏସ୍‌ଏମ୍‌ଏସ୍‌ ଆଲର୍ଟ ସେବା ଯୋଗାଇ ଦେବାକୁ ଯାଉଛି ରେଳ ବିଭାଗ। ଏଥିରେ ଗାଡ଼ି ବିଳମ୍ବ ହେଲେ ସେସେଜ୍ କରି ଯାତ୍ରୀଙ୍କୁ ଆଗୁଆ ସୂଚନା ଦିଆଯିବ । ସିଟ୍ ରିଜର୍ଭେସନ୍ କଲାବେଳେ ଯେଉଁ ମୋବାଇଲ୍‌ ନମ୍ବର ଦିଆଯାଇଥିବା ସେହି ନମ୍ବରରେ କେବଳ ଏହି ସୁବିଧା ଉପଲବ୍ଧ ହେବ।

ପ୍ରାରମ୍ଭିକ ଭାବେ ଏହି ସେବା କେବଳ ଦେଶର ୨୩ ରାଜଧାନୀ ଓ ୨୬ ଶତାବ୍ଦି ଯୋଡ଼ି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଧିରେ ଧିରେ ଅନ୍ୟ ଟ୍ରେନ୍‌ଗୁଡ଼ିକରେ ଏପରି ସୁବିଧା ଯୋଗାଇ ଦିଆଯିବ ବୋଲି ବିଭାଗର କିଛି ଅଧିକାରୀ କହିଛନ୍ତି।

Related story