ଅଜବ ପରମ୍ପରା: ଯେଉଁଠି କନ୍ୟା ପିତା ବରକୁ ଦେଇଥାଏ ୨୧ଟି ବିଷାକ୍ତ ସାପ

ଭାରତୀୟ ସଂସ୍କୃତିରେ ଯୌତୁକ ନେବା ଏକ ଅପରାଧ। ଏଥିପାଇଁ ଆଇନ୍‌ରେ ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଏଠି ଯୌତୁକ ଦେବା ନେବା ଚାଲିଛି। କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆମ ଦେଶ ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ବାହାଘର ସମୟରେ କନ୍ୟା ପିତା ବରକୁ ବିଷାକ୍ତ ସାପ ଉପହାର ଦେଇଥାଏ। ମଧ୍ୟପ୍ରଦେଶରେ ଗୌରିଆ ସମୁଦାୟ। ଏମାନଙ୍କୁ ସାପୁଆ ବା […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 10:17 AM IST

ଭାରତୀୟ ସଂସ୍କୃତିରେ ଯୌତୁକ ନେବା ଏକ ଅପରାଧ। ଏଥିପାଇଁ ଆଇନ୍‌ରେ ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଏଠି ଯୌତୁକ ଦେବା ନେବା ଚାଲିଛି। କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଅଜବ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆମ ଦେଶ ମଧ୍ୟପ୍ରଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ବାହାଘର ସମୟରେ କନ୍ୟା ପିତା ବରକୁ ବିଷାକ୍ତ ସାପ ଉପହାର ଦେଇଥାଏ।

ମଧ୍ୟପ୍ରଦେଶରେ ଗୌରିଆ ସମୁଦାୟ। ଏମାନଙ୍କୁ ସାପୁଆ ବା କେଳା ସମ୍ପ୍ରଦାୟ କୁହାଯାଏ। ଏହି ସମ୍ପ୍ରଦାୟର ପୁଅ ବାହାଘର ବେଳେ କନ୍ୟା ପିତା ୨୧ଟି ବିଷାକ୍ତ ସାପ ଉପହାର ଦେଇଥାଏ। ବର ଅତି ଆଦରରେ ଏହାକୁ ଗ୍ରହଣ କରିଥାଲ। ସେମାନଙ୍କର ବିଶ୍ୱାସ ଅଛି- ସାପ ଖେଳ ଦେଖାଇ ବର ନିଜର ଭରଣ ପୋଷଣ କରିବ। ସେଥିପାଇଁ କନ୍ୟା ପିତା ବରକୁ ସାପ ଉପହାର ଦେଇଥାଏ।

ପରମ୍ପରା ମୁତାବକ, ବାହାଘର ଠିକ୍‌ ହେବା ପରେ କନ୍ୟା ପିତା ସାପ ଖୋଜିବାରେ ବାହାରି ଯାଆନ୍ତି। ବିଷାନ୍ତ ସାପ ମିଳିଲେ ବର ଓ କନ୍ୟାଙ୍କ ବାହାର ପରମ୍ପରା ମୁତାବକ ହୋଇଥାଏ। ଯଦି କନ୍ୟାର ପିତାଙ୍କୁ ବିଷାକ୍ତ ସାପ ଗୁଡ଼ିକ ନମିଳନ୍ତି, ତାହା ହେଲେ ବିହାଘର ସମ୍ଭବ ନୁହେଁ।

Related story