ନୂଆଦିଲ୍ଲୀ: ବହୁତ ବାହାଘର ଆପଣ ଦେଖିଥିବେ। ହିନ୍ଦୁ ରୀତିନୀତିରେ ସାଧାରଣତଃ ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ଥାଆନ୍ତି। ଏହି ବରଣମାଳାଗୁଡ଼ିକ ସାଧାରଣତଃ ଫୁଲରେ ତିଆରି ହୋଇଥାଏ। କିଛି କିଛି ଜାଗାରେ ଟଙ୍କାରେ ତିଆରି ବରଣମାଳା ମଧ୍ୟ ବ୍ୟବହାର କରାଯାଏ। ତେବେ ବର ଓ କନ୍ୟା ପରସ୍ପରକୁ ସାପର ବରଣମାଳା ପିନ୍ଧାଇବା କେବେ ଆପଣ ଦେଖିଛନ୍ତି କି? ଏବେ ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଉଭୟ ବର ଓ କନ୍ୟା ପରସ୍ପରକୁ ସାପର ବରଣମାଳା ପିନ୍ଧାଉ ଥିବା ଦେଖିବାକୁ ମିଳୁଛି। ପ୍ରଥମେ କନ୍ୟା ସାପର ମାଳାକୁ ବରକୁ ପିନ୍ଧାଉଛି। ତା’ପରେ କିଛି ମନ୍ତ୍ର ଉଚ୍ଚାରଣ ପରେ ବର କନ୍ୟାକୁ ସାପର ମାଳା ପିନ୍ଧାଉଛି। ଏ ସାପର ମାଳା ନକଲି ନୁହେଁ। ସତ ସତିକା ସାପକୁ ଏଥିପାଇଁ ବ୍ୟବହାର କରାଯାଇଥିଲା। ସେମାନଙ୍କ ପାଖରେ ଥିବା ଲୋକେ ବି ଏହାକୁ ଦେଖି ଡରୁ ନାହାଁନ୍ତି।
ଭିଡିଓଟି ମହାରାଷ୍ଟ୍ରର କୌଣସି ସ୍ଥାନର ହୋଇଥାଇପାରେ ବୋଲି କୁହାଯାଉଛି। କେଉଁ ପରମ୍ପରା ଓ ରୀତିନୀତିରେ ଏ ବାହାଘର ହୋଇଛି ତାହା ବି ଜଣାପଡ଼ିନି। ବର ଓ କନ୍ୟା ଉଭୟ ଧଳା ପୋଷାକ ପିନ୍ଧିଥିଲେ। ସେମାନଙ୍କୁ ଘେରି ଲୋକେ ତଳେ ବସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ଧର୍ମ ଓ ବିଜ୍ଞାନର ସମନ୍ୱୟ- କୁମ୍ଭ ମେଳା
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଅଥର୍ବ ବେଦର ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ...)। ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି।
National
LAC ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର: ସ୍ଥଳ ସେନା ମୁଖ୍ୟ
ଗତ ବର୍ଷ କଶ୍ମୀରରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ।
National
CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍ ଉପରେ ବର୍ଷିଲେ ହାଇକୋର୍ଟ
ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।
Business
ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା
ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା। ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ଥିଲା। ଆଜି ଏହା ପୁଣି ୩୮ ପଇସା ହ୍ରାସ ପାଇଛି।
Guest Column
ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା
ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।