କାଶ୍ମୀର ସୋନମର୍ଗରେ ପ୍ରଥମ ବରଫପାତ, ବନ୍ଦ ହେଲା ଶ୍ରୀନଗର-ଲେହ ଜାତୀୟ ରାଜପଥ

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଆରମ୍ଭ ହେଲା ଚଳିତ ବର୍ଷର ପ୍ରଥମ ବରଫ ବୃଷ୍ଟି । ବୁଧବାର ଜମ୍ମୁ କଶ୍ମୀରର ଗନ୍ଦରବଲ ସୋନମର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବରଫପାତ ହୋଇଛି । ଏହା ବ୍ୟତୀତ ରାଜ୍ୟର ଲଦ୍ଦାଖ ଅଞ୍ଚଳକୁ ସଂଲଗ୍ନ କରୁଥିବା ୪୩୪ କିମି ବ୍ୟାପି ଶ୍ରୀନଗର-ଲେହ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ବର୍ଷା ସତ୍ୱେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଏବେ ମଧ୍ୟ ଖୋଲା ରହିଛି। ରାଜ୍ୟ ପାଣିପାଗ ବିଭାଗ ସୂତ୍ରରୁ […]

snow-jk-f_

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 05:05 PM IST

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଆରମ୍ଭ ହେଲା ଚଳିତ ବର୍ଷର ପ୍ରଥମ ବରଫ ବୃଷ୍ଟି । ବୁଧବାର ଜମ୍ମୁ କଶ୍ମୀରର ଗନ୍ଦରବଲ ସୋନମର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବରଫପାତ ହୋଇଛି । ଏହା ବ୍ୟତୀତ ରାଜ୍ୟର ଲଦ୍ଦାଖ ଅଞ୍ଚଳକୁ ସଂଲଗ୍ନ କରୁଥିବା ୪୩୪ କିମି ବ୍ୟାପି ଶ୍ରୀନଗର-ଲେହ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ବର୍ଷା ସତ୍ୱେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଏବେ ମଧ୍ୟ ଖୋଲା ରହିଛି। ରାଜ୍ୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବରଫପାତ ହୋଇପାରେ ବୋଲ ପୂର୍ବସୂଚନା ଦିଆଯାଇଛି ।

ଟ୍ରାଫିକ୍‌ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି ଯେ, ବରଫପାତ ଯୋଗୁ ଅନେକ ରାସ୍ତରେ ଖସଡା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯଦି ପାଗ ଭଲ ରୁହେ ତେବେ ଆଗାମୀ ସମୟରେ ରାସ୍ତା ଖୋଲିଦେବାକୁ ବ୍ୟବସ୍ଥା କରାଯିବ । ଦକ୍ଷିଣ କାଶ୍ମୀର ଅଞ୍ଚଳର ସୋପିଆଁକୁ ଜମ୍ମୁର ରାଜୌରୀ ଓ ପୁଞ୍ଛ ସହ ସଂଯୁକ୍ତ କରିବା ଲାଗି ରହିଥିବା ୮୬ କିମି ଲମ୍ବା ଐତିହାସିକ ମୁଗଲ ରୋଡକୁ ମଧ୍ୟ କେତେକାଂଶରେ ବନ୍ଦ କରିଦିଆ ଯାଇଛି ।

ଏହାଛଡା ଶ୍ରୀନଗରରେ ତାପମାନ ହ୍ରାସ ହୋଇଥିବା ଯୋଗୁ ଲେହ, ଲଦ୍ଦାଖ ଅଞ୍ଚଳରେ ପ୍ରଚଣ୍ଡ ଶୀତ ଅନୁଭୁତ ହେଉଛି । ଏଠାର ସୋମବାର ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ହେଉଛି ୦.୭ ଡିଗ୍ରୀ ସେଲ୍‌ସିୟସ୍‌। ଯାହା ବଢି ମଙ୍ଗଳବାର ସୁଦ୍ଧା ୨.୯ରେ ପହଞ୍ଚିଛି। ଲଦ୍ଦାଖରେ ତାପମାତ୍ରା -୮ ଡିଗ୍ରୀ ରହିଥିବା ବେଳେ ଲେହରେ -୬.୩ ଡିଗ୍ରୀ ଓ କାରଗିଲ୍‌ରେ -୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related story