ଗ୍ରୀଷ୍ମରେ ବରଫପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଶ୍ରୀନଗର: ଏବେ ଚାରିଆଡେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ହେଲେ ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗ୍ରାମରେ ହେଉଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗତ ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାରୁ ତୁଷାରପାତ ହେଉଛି। କେବଳ ପହଲଗ୍ରାମ ନୁହେଁ, ଗୁଲମାର୍ଗ, କୁଫ୍ରି ଅଞ୍ଚଳରେ […]

shnow

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 11:47 AM IST

ଶ୍ରୀନଗର: ଏବେ ଚାରିଆଡେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ହେଲେ ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗ୍ରାମରେ ହେଉଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ଗତ ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାରୁ ତୁଷାରପାତ ହେଉଛି। କେବଳ ପହଲଗ୍ରାମ ନୁହେଁ, ଗୁଲମାର୍ଗ, କୁଫ୍ରି ଅଞ୍ଚଳରେ ମଧ୍ୟ ବରଫପାତ ହେଉଛି। ଅଦିନିଆ ବରଫପାତ ଯୋଗୁଁ କିଛି ଅଞ୍ଚଳରେ ବରଫ ଅତଡ଼ା ଧସିବା ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି ହୋଇଛି।

Related story