ଇସ୍ରୋ ମୁଖ୍ୟ ଶିବନଙ୍କର ନାହିଁ ସୋଶାଲ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ ତାହା ଅଫିସିଆଲ୍ ୱେବସାଇଟ୍ ନହେଲେ ଇସ୍ରୋ ଟୁଇଟର ପେଜରେ ଉପଲବ୍ଧ ହେବ ବୋଲି ଇସ୍ରୋ କହିଛି। ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ […]

K SIVAN

Subhransu Sekhar
  • Published: Monday, 09 September 2019
  • , Updated: 09 September 2019, 05:38 PM IST

ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ ତାହା ଅଫିସିଆଲ୍ ୱେବସାଇଟ୍ ନହେଲେ ଇସ୍ରୋ ଟୁଇଟର ପେଜରେ ଉପଲବ୍ଧ ହେବ ବୋଲି ଇସ୍ରୋ କହିଛି।

ଇସ୍ରୋ ପକ୍ଷରୁ ମିଶନ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ସଫ୍ଟ ଲ୍ୟାଣ୍ଡିଂ ହୋଇପାରିନଥିଲା। ଏହାପରେ ହଠାତ୍ ସୋଶାଲ ମିଡିଆରେ ଶିବନଙ୍କ ନାମରେ ଅନେକ ଆକାଉଣ୍ଚ ଦେଖିବାକୁ ମିଳିଥିଲା। ଯେଉଁଥିରେ ଶିବନଙ୍କର ଫଟୋ ମଧ୍ୟ ପ୍ରୋଫାଇଲ ପିକଚର ଭାବେ ରହିଛି। ଏମିତିକି ଇସ୍ରୋ ପକ୍ଷରୁ କରାଯାଉଥିବା ଟୁଇଟ୍ ଶିବନଙ୍କ ନାଁରେ ଥିବା ନକଲି ଆକାଉଣ୍ଟରେ ମଧ୍ୟ ଦେଖିବାକୁ ମିଳିଥିଲା।

Related story