ସୋମନାଥଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ନେତା ସୋମନାଥ ଭାରତୀଙ୍କୁ ପୋଲିସ ଆଜି କୋର୍ଟରେ ହାଜର କରିବ। ଗତକାଲି ରାତି ସାଢେ ୧୦ଟାରେ ଦିଲ୍ଲୀର ଦ୍ୱାରକ୍ ଥାନାରେ ସୋମନାଥ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ସୋମନାଥଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲା। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ସୁଦ୍ଧା ସୋମନାଥ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୋମନାଥଙ୍କ ପତ୍ନୀ ଲିପିକା ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏହାସହ […]

Bharti

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 09:43 AM IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ନେତା ସୋମନାଥ ଭାରତୀଙ୍କୁ ପୋଲିସ ଆଜି କୋର୍ଟରେ ହାଜର କରିବ। ଗତକାଲି ରାତି ସାଢେ ୧୦ଟାରେ ଦିଲ୍ଲୀର ଦ୍ୱାରକ୍ ଥାନାରେ ସୋମନାଥ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ସୋମନାଥଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲା।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ସୁଦ୍ଧା ସୋମନାଥ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୋମନାଥଙ୍କ ପତ୍ନୀ ଲିପିକା ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ। ଏହାସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଛି। ଦିଲ୍ଲୀ ହାଇକୋର୍ଟ ସୋମନାଥଙ୍କ ଆଗୁଆ ଜାମିନ୍ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟକୁ ଯାଇଥିଲେ।

Related story