ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛି। ତଥାପି କିଛି ଲୋକ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ବେଳେ ଆଉ କିଛି ଗୁଜବ ଖବର ଏବଂ ଭାଇରାଲ ଭିଡିଓ ତିଆରି କରି ସମ୍ପ୍ରଦାୟକୁ ବିଭାଜନ କରିବା ପାଇଁ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ନନ୍ ଲାଇନ୍ ମୁଭମେଣ୍ଟରେ ଯୋଗ ଦେଇ ଏଭଳି କହିଛନ୍ତି। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଏହି ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ୨୦୧୬ରେ ଏହି ବୈଠକ ହୋଇଥିଲା ହେଲେ ମୋଦି ଯୋଗ ଦେଇନଥିଲେ।
https://twitter.com/ANI/status/1257333180639645696
ଆଜିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଥିଲେ। କରୋନା ସଂକଟ ବେଳେ ଭାରତ ଗଣତନ୍ତ୍ରର ସଂଜ୍ଞା, ଶୃଙ୍ଖଳା ଏବଂ ନିଷ୍ପତ୍ତି କିଭଳି ନିଆଯାଏ ତାହା ପ୍ରମାଣିତ କରି ଦେଖାଇଛି। ଯାହାକି ପ୍ରକୃତ ଜନ ଆନ୍ଦୋଳନ ବୋଲି ସେ କହିଛନ୍ତି। ଖାଲି ଏତିକି ନୁହଁ ଭାରତ ନିଜ ଦେଶବାସୀଙ୍କ ଯତ୍ନ ନେବା ସହିତ ପଡ଼ୋଶୀ ଦେଶବାସୀଙ୍କ ଯତ୍ନ କିପରି କରିହୁଏ ତାହା ପ୍ରମାଣିତ କରି ଦେଖାଇଛି।
କରୋନା ମୁକାବିଲା କରିବାକୁ ଯାଇ ଆମେ ପଡ଼ୋଶୀ ଦେଶକୁ ସହଯୋଗ କରିଛୁ। ନିଜର ଆବଶ୍ୟକତା ସତ୍ତ୍ୱେ ୧୨୩ଟି ଦେଶକୁ ଦେଶକୁ ଚିକିତ୍ସା ପାଇଁ ଔଷଧ ଯୋଗାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।