କ୍ଷେତରେ କାମ କରନ୍ତି ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଦୁଇଦିନିଆ ଭାରତ ଗସ୍ତରେ ଗତକାଲି ଠାରୁ ଆସିଛନ୍ତି। ତାଙ୍କ ସହ ପତ୍ନୀ ଅକଇ ଆବୋ ମଧ୍ୟ ଆସିଛନ୍ତି। ସିଂଜୋଙ୍କ ଭାରତ ଗସ୍ତକୁ ବିଭିନ୍ନ କାରଣରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଜି ସିଂଜୋ ମୋଦିଙ୍କ ସହ ଆଲୋଚନା କରିବେ। ତେବେ ଅକଇ ଆବୋଙ୍କୁ ନେଇ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦି ଓ ସିଂଜୋ ରୋଡ଼ ଶୋ’ କରିବା ବେଳେ ଅକଇ ମଧ୍ୟ ସାଙ୍ଗରେ ଥିଲେ। […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 09:22 AM IST

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଦୁଇଦିନିଆ ଭାରତ ଗସ୍ତରେ ଗତକାଲି ଠାରୁ ଆସିଛନ୍ତି। ତାଙ୍କ ସହ ପତ୍ନୀ ଅକଇ ଆବୋ ମଧ୍ୟ ଆସିଛନ୍ତି। ସିଂଜୋଙ୍କ ଭାରତ ଗସ୍ତକୁ ବିଭିନ୍ନ କାରଣରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଜି ସିଂଜୋ ମୋଦିଙ୍କ ସହ ଆଲୋଚନା କରିବେ। ତେବେ ଅକଇ ଆବୋଙ୍କୁ ନେଇ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦି ଓ ସିଂଜୋ ରୋଡ଼ ଶୋ’ କରିବା ବେଳେ ଅକଇ ମଧ୍ୟ ସାଙ୍ଗରେ ଥିଲେ। ଆସନ୍ତୁ ଜାଣିବା ଅକଇ ଆବୋଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ।

୧. ଜାପାନର ପ୍ରତିଷ୍ଠିତ କମ୍ପାନୀ ମୋରିନଗା ଆଣ୍ଡ କମ୍ପାନୀର ସଭାପତିଙ୍କ ଘରେ ଜନ୍ମିତ ଅକଇ ଏସ୍‌ଏଚ୍‌ପିଟି କଲେଜରୁ ଗ୍ରାଜୁଏସନ୍‌ କରିଛନ୍ତି। ସିଂଜୋଙ୍କୁ ବିବାହ ପୂର୍ବରୁ ସେ ଏକାଧିକ କମ୍ପାନୀରେ କାମ କରିଥିଲେ।

୨. ୧୯୮୭ରେ ଅକଇ ଏବଂ ସିଂଜୋ ବିବାହ ହୋଇଥିଲା। ୩୦ ବର୍ଷର ବୈବାହିକ ଜୀବନ ବେଶ ହସଖୁସିରେ କଟୁଛି। ହେଲେ ସେମାନଙ୍କର କୌଣସି ସନ୍ତାନ ନାହାଁନ୍ତି।

୩. ୧୯୯୦ ମସିହା ଶେଷ ଆଡକୁ ଅକଇ ରେଡିଓ ଡିକ୍ସୋରେ ଜକି ଭାବେ କାମ କରିଥିଲେ। ବ୍ରୋଡକାଷ୍ଟ ଜଗତରେ ଅକ୍କି ନାଁରେ ସେ ବହୁତ ଲୋକପ୍ରିୟ।

୪. ଅକଇ ଚାଷ କରିବାକୁ ବହୁତ ଭଲ ପାଆନ୍ତି। ଟୋକିଓରେ ତାଙ୍କର ଏକ ଅର୍ଗାନିକ ଫାର୍ମ ଅଛି। ଯେଉଁଠି ସେ ଚାଷବାସ କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ହୋଇଥିଲେ ବି ସେ ଚାଷ ଜମିକୁ ଯିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ।

୫. ରିକ୍କୟୋ ୟୁନିଭର୍ସିଟିରୁ ୨୦୧୧ରେ ସେ ସୋସିଆଲ ଡିଜାଇନ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

୬. ସିଂଜୋଙ୍କ ପତ୍ନୀ ସହ ସମାଜସେବୀ ଭାବେ ବେଶ ଜଣାଶୁଣା ଚେହେରା ହେଉଛନ୍ତି ଅକଇ। ବହୁ ସମୟରେ ଏଲ୍‌ଜିବିଟି ସମୁଦାୟଙ୍କୁ ସମର୍ଥନ କରୁଥିବାର ତାଙ୍କୁ ଦେଖିବାକୁ ମିଳିଛି।

୭. ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ଅକଇ ବହୁତ ଆକ୍ଟିଭ ରୁହନ୍ତି।

Related story