ନୂଆଦିଲ୍ଲୀ: ଯଦି କେହି ଆପଣାର ଲୋକ ଦୀର୍ଘ ବର୍ଷ ହେବ ନିଖୋଜ ଥିବେ ଓ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଯିବ, ତା’ହେଲେ ସେହି ସମୟର ଅନୁଭୂତିକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟକର ହୋଇପଡ଼ିବ!
ଏବେ ସୋଶାଲ୍ ମିଡିଆରେ ଏମିତି ଏକ ମୁହୂର୍ତ୍ତର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଅଛନ୍ତି।
ଫଟୋଟି ଥାଇଲାଣ୍ଡର ବୋଲି କୁହାଯାଇଛି। ସେଠାକାର ଏକ ସ୍କୁଲର ପିଲାମାନଙ୍କୁ ‘ମୋରାଲ୍ ଏଜୁକେସନ୍ ଆକ୍ଟିଭିଟି’ ପାଇଁ ଜେଲ୍ ପରିଦର୍ଶନରେ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ବିଟା ନାମକ ଜଣେ ଛାତ୍ର ଥିଲେ। ସେହି ଜେଲ୍ରେ ବାପାଙ୍କୁ କଏଦୀ ଭାବେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବିଟାଙ୍କୁ ତାଙ୍କ ଘର ଲୋକେ କେବେ ବି କହି ନଥିଲେ ଯେ ତାଙ୍କ ବାପା ଜେଲ୍ରେ ଅଛନ୍ତି। ତାଙ୍କ ବାପା ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କୁ କୁହାଯାଇଥିଲା। ବାପାଙ୍କୁ ଦେଖିବା ପରେ ସେ ବହୁତ କାନ୍ଦିଥିଲେ।
ବାପା-ପୁଅଙ୍କ ଏହି ମିଳନ ମୁହୂର୍ତ୍ତର ଫଟୋ ଅରୋମ ଖୁନ୍ମୋଙ୍ଗ୍ ନାମକ ଜଣେ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ ନିଜ ଫେସ୍ବୁକ୍ ପେଜ୍ରେ ଅପଲୋଡ୍ କରିଥିଲେ। ଏହାପରେ ତାଙ୍କର ଏହି ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି।