ବାପାଙ୍କ ପରେ ବିଜେପିକୁ ଟାର୍ଗେଟ କଲେ ଝିଅ ସୋନାକ୍ଷୀ

ନୂଆଦିଲ୍ଲୀ: ବିଜେପିର ବିଦ୍ରୋହୀ ତଥା କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥିସହ ଶତୃଘ୍ନ ବିଜେପି ଛାଡ଼ି କଂଗ୍ରେସ ମିଶିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଯଥାର୍ଥ ବୋଲି ସେ କହିଛନ୍ତି। ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ସୋନାକ୍ଷୀ କହିଛନ୍ତି, “ବିଜେପି ଛାଡ଼ିବା ଓ କଂଗ୍ରେସରେ ମିଶିବା ବାପା(ଶତୃଘ୍ନ)ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ମୁଁ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି। ଜେପି ନାରାୟଣ, ଅଟଳ […]

ty

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 09:08 AM IST

ନୂଆଦିଲ୍ଲୀ: ବିଜେପିର ବିଦ୍ରୋହୀ ତଥା କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥିସହ ଶତୃଘ୍ନ ବିଜେପି ଛାଡ଼ି କଂଗ୍ରେସ ମିଶିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଯଥାର୍ଥ ବୋଲି ସେ କହିଛନ୍ତି।

ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ସୋନାକ୍ଷୀ କହିଛନ୍ତି, “ବିଜେପି ଛାଡ଼ିବା ଓ କଂଗ୍ରେସରେ ମିଶିବା ବାପା(ଶତୃଘ୍ନ)ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ମୁଁ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି। ଜେପି ନାରାୟଣ, ଅଟଳ ବିହାରୀ ବାଜେପୟୀ ଓ ଏଲକେ ଆଡଭାନୀଙ୍କ ସମୟରୁ ବାପା ବିଜେପି ସହ ରହି ଆସିଛନ୍ତି।

ହେଲେ ଦଳରେ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା, ତାହା ମିଳୁ ନଥିଲା। ତେବେ ଦଳ ଛାଡ଼ିବା ନିଷ୍ପତ୍ତି ନେବାରେ ଟିକିଏ ବିଳମ୍ବ ହୋଇଯାଇଛି। ସେ ବହୁତ ଆଗରୁ ବିଜେପି ଛାଡ଼ିବାର ଥିଲା। ଯଦି ଆପଣଙ୍କ ଚାରିପାଖର ପରିବେଶ ଠିକ୍‌ ନାହିଁ ବୋଲି ଆପଣ ଭାବୁଛନ୍ତି, ତା’ହେଲେ ଯଥାଶୀଘ୍ର ପରିବର୍ତ୍ତନ କଥା ଚିନ୍ତା କରନ୍ତୁ।”

ଶତୃଘ୍ନ ୨୦୧୪ରେ ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିଲେ। ଏହାପରେ ସେ ଦଳରେ ରହିଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରି ଚାଲିଥିଲେ। ଏହି କାରଣରୁ ବିଜେପି ତାଙ୍କୁ ଏଥର ଦଳୀୟ ଟିକେଟ୍‌ ଦେଇ ନଥିଲା। ତାଙ୍କ ବଦଳରେ ବିହାରର ପାଟନା ସାହିବରୁ ବିଜେପି ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ଶତୃଘ୍ନ କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ରେ ସେ କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related story