ନୂଆଦିଲ୍ଲୀ: ଅସହିଷ୍ଣୁତା ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ୟାପିବାରେ ଲାଗିଛି ଅସହିଷ୍ଣୁତା। ଆଉ ଏହାକୁ ପ୍ରତିବାଦ କରି ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧି ଓ ଉପସଭାପତି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ପାର୍ଲିଆମେଣ୍ଟ ହାଉସ୍ ନିକଟରୁ ବାହାରି ରାଷ୍ଟ୍ରପତି ଭବନ ଯାଏଁ ଯାଇଥିଲା। କଂଗ୍ରେସ ସମେତ ବିରୋଧୀ ଦଳରେ ଥିବା ଆଉ କିଛି ରାଜନୈତିକ ଦଳର ନେତାଏ ବି ଏଥିରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଏକ ପ୍ରତିନିଧି […]

Sonia Gandhi Leads Congress March Against Intolerance to Rashtrapati Bhawan

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 01:15 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ୟାପିବାରେ ଲାଗିଛି ଅସହିଷ୍ଣୁତା। ଆଉ ଏହାକୁ ପ୍ରତିବାଦ କରି ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସର ମୁଖ୍ୟ ସୋନିଆ ଗାନ୍ଧି ଓ ଉପସଭାପତି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ପାର୍ଲିଆମେଣ୍ଟ ହାଉସ୍ ନିକଟରୁ ବାହାରି ରାଷ୍ଟ୍ରପତି ଭବନ ଯାଏଁ ଯାଇଥିଲା। କଂଗ୍ରେସ ସମେତ ବିରୋଧୀ ଦଳରେ ଥିବା ଆଉ କିଛି ରାଜନୈତିକ ଦଳର ନେତାଏ ବି ଏଥିରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଦେଶରେ ଅସହିଷ୍ଣୁତା ବଢ଼ୁଥିବା ନେଇ ଅଭିଯୋଗ କରିଥିଲେ। ରାଷ୍ଟ୍ରପତି ତାଙ୍କ ସାମ୍ବିଧାନିକ କ୍ଷମତାକୁ ବ୍ୟବହାର କରି ସାରା ଦେଶରେ ଉଠିଥିବା ଅସହିଷ୍ଣୁତାର ପରିବେଶକୁ ପ୍ରତିହତ କରିବା ନେଇ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଥିଲେ।ଏନେଇ ରାଷ୍ଟ୍ରପତିଙ୍କ ୩୦ ମିନିଟ୍ ଧରି ଆଲୋଚନା କରିଥିଲେ। ରାଷ୍ଟ୍ରପତି ମଧ୍ୟ ପୂର୍ବରୁ ଦୁଇ ଥର ଅସହିଷ୍ଣୁତା ନେଇ ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି।

Related story