କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ: ମେଡ଼ିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିମ୍‌ଲା ଗସ୍ତରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେସଙ୍ଗେ ନୂଆଦିଲ୍ଲୀ ଅଣାଯାଇଥିଲା। ଆଜି ସନ୍ଧ୍ୟା ୫ଟା ବେଳେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତି ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଡିଏସ୍‌ ରାଣା। କିଛି ଦିନ ହେବ ସୋନିଆ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି। ମାର୍ଚ୍ଚ ୮ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ […]

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 07:33 PM IST

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ସିମ୍‌ଲା ଗସ୍ତରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେସଙ୍ଗେ ନୂଆଦିଲ୍ଲୀ ଅଣାଯାଇଥିଲା। ଆଜି ସନ୍ଧ୍ୟା ୫ଟା ବେଳେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତି ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଡିଏସ୍‌ ରାଣା।

କିଛି ଦିନ ହେବ ସୋନିଆ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି। ମାର୍ଚ୍ଚ ୮ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଘରକୁ ଫେରିଥିଲେ। ସେହିପରି ଗତବର୍ଷ ବନାରସରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ସୋନିଆ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବାରମ୍ୱାର ଅସୁସ୍ଥ ରହୁଥିବାରୁ ସୋନିଆ ପୂର୍ବପରି ଆଉ ରାଜନୀତିରେ ବେଶୀ ସକ୍ରିୟ ରହୁନାହାନ୍ତି। କେବଳ ନିର୍ଦ୍ଦିଷ୍ଟ ସ୍ଥାନକୁ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ।

ଶୁଣିବାକୁ ମିଳୁଛି-ସୋନିଆଙ୍କ ଝିଅ ପ୍ରିୟଙ୍କା ସିମ୍‌ଲାରେ ଘର ତିଆରି କରୁଛନ୍ତି। ଏହି ଘର ଦେଖିବା ପାଇଁ ସେ ଯାଇଥିଲେ। ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା।

Related story