ସୋନିଆଙ୍କ ସାଇକେଲ୍ ଚଢ଼ା ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ସେ ସାଇକେଲ୍‌ରେ ବସିଛନ୍ତି ଓ ହସୁଛନ୍ତି। ତାଙ୍କ ପାର୍ଶ୍ୱରେ ଆଉ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି। ଏହି ଫଟୋଟି ଗୋଆରୁ ଟ୍ୱିଟ୍ ହୋଇଛି। ଫଟୋଟି ଟ୍ୱିଟ୍ ହେବା ପରେ ଏହାକୁ ବ୍ୟାପକ ଭାବେ ସେୟାର କରାଯାଇଛି।  ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଏହି ଫଟୋଟିକୁ ଟ୍ୱିଟ୍ କରିଛନ୍ତି। ପୁଅ ରାହୁଲଙ୍କୁ ଦଳର ସଂପୂର୍ଣ୍ଣ ଦାୟିତ୍ୱ […]

Soniaincycle

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 04:00 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ସେ ସାଇକେଲ୍‌ରେ ବସିଛନ୍ତି ଓ ହସୁଛନ୍ତି। ତାଙ୍କ ପାର୍ଶ୍ୱରେ ଆଉ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି। ଏହି ଫଟୋଟି ଗୋଆରୁ ଟ୍ୱିଟ୍ ହୋଇଛି। ଫଟୋଟି ଟ୍ୱିଟ୍ ହେବା ପରେ ଏହାକୁ ବ୍ୟାପକ ଭାବେ ସେୟାର କରାଯାଇଛି।  ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଏହି ଫଟୋଟିକୁ ଟ୍ୱିଟ୍ କରିଛନ୍ତି।

ପୁଅ ରାହୁଲଙ୍କୁ ଦଳର ସଂପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସୋନିଆ ଏବେ ଗୋଆରେ ଛୁଟି କାଟୁଛନ୍ତି। ସେ ଡିସେମ୍ବର ୨୬ରୁ ଗୋଆରେ ଅଛନ୍ତି। ଏପରିକି ଆଜି କଂଗ୍ରେସର ୧୩୩ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲେ ସୁଦ୍ଧା ସେ ଅନୁପସ୍ଥିତ ରହିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆୟୋଜିତ ସଭାକୁ ସମ୍ବୋଧିତ କରିଥିଲେ। ତେଣୁ ସେ ରାଜନୀତିରୁ ଅବସର ନେବେ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା ପୁଣି ଜୋର ଧରିଛି।

ସୋନିଆ ୧୯ ବର୍ଷ ଧରି ଦଳର ଅଧ୍ୟକ୍ଷା ରହିଥିଲେ। ଗତ ୧୬ ତାରିଖରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି।

ମିଡିଆ ରିପୋର୍ଟ ମୁତାବ ସୋନିଆ ଗାନ୍ଧୀ ଗୋଆ ଆସିଲେ ସବୁବେଳେ ହୋଟେଲ୍ ଲୀଲାରେ ରହନ୍ତି। ସେ ଜାନୁଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିଛି।

Related story