କାହିଁକି ସୋନିଆ ଲେଖିଲେ ଏପରି ଚିଠି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନାୟ ପରାଜୟ ହୋଇଛି। ସବୁଠୁ ବଡ଼ କଥା ହେଲା, ଯେଉଁ ରାଜ୍ୟ ଏକଦା ଗାନ୍ଧି ପରିବାରର ଗଡ଼ ଥିଲା, ଏବେ ସେହି ରାଜ୍ୟ ପଦ୍ମ ଗଡ଼ରେ ପରିଣିତ ହୋଇଛି। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସଞ୍ଜୟ ଗାନ୍ଧି ଭଳି ନେତା ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ି ଦିଲ୍ଲୀରେ ସରକାର ଗଢ଼ିବାରେ  ସଫଳ ହୋଇଥିଲେ। ହେଲେ ୨୦୧୪ ପରଠାରୁ ସ୍ଥିତି ଯେମିତି ଦୋହଲିଯାଇଛି। ଚଳିତଥର […]

sonia gandhi (1)

sonia gandhi (1)

Subhransu Sekhar
  • Published: Monday, 27 May 2019
  • Updated: 27 May 2019, 01:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନାୟ ପରାଜୟ ହୋଇଛି। ସବୁଠୁ ବଡ଼ କଥା ହେଲା, ଯେଉଁ ରାଜ୍ୟ ଏକଦା ଗାନ୍ଧି ପରିବାରର ଗଡ଼ ଥିଲା, ଏବେ ସେହି ରାଜ୍ୟ ପଦ୍ମ ଗଡ଼ରେ ପରିଣିତ ହୋଇଛି। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସଞ୍ଜୟ ଗାନ୍ଧି ଭଳି ନେତା ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ି ଦିଲ୍ଲୀରେ ସରକାର ଗଢ଼ିବାରେ  ସଫଳ ହୋଇଥିଲେ। ହେଲେ ୨୦୧୪ ପରଠାରୁ ସ୍ଥିତି ଯେମିତି ଦୋହଲିଯାଇଛି।

ଚଳିତଥର ୟୁପିର ୮୦ ଲୋକସଭା ଆସନରୁ ମାତ୍ର ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୨୦୧୪ରେ ମାତ୍ର ୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଅର୍ଥାତ୍ ୟୁପିରେ କଂଗ୍ରେସ ଖସୁଛି। ଆମେଠି ଆସନରୁ ରାଜୀବ ଗାନ୍ଧି ୪ଥର, ସୋନିଆ ଗାନ୍ଧି ଥରେ, ସଞ୍ଜୟ ଗାନ୍ଧି ଥରେ ଏବଂ ମୋଟ କଂଗ୍ରେସ ୧୩ ଥର ନିର୍ବାଚିତ ହୋଇଥିଲା ଏବେ ଏହି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିଜୟୀ ହୋଇଛନ୍ତି। ଏଭଳି ସ୍ଥଳରେ ରାଏବରେଲି ଆସନରୁ ନିର୍ବାଚିତ ହୋଇଥିବା ସୋନିଆ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ରବାସୀଙ୍କ ପାଇଁ ଚିଠି ଲେଖିବା ଅନେକ ପ୍ରଶ୍ନକୁ ଉଜ୍ଜୀବିତ କରିଛି।

ସୋନିଆ ନିଜ ଚିଠିରେ ଲେଖିଛନ୍ତି, ଲଢ଼େଇ ଯେତେ ବଡ଼ ଚ୍ୟାଲେଞ୍ଜ ହେଲେ ବି ସେ ସେ ପଛଘୁଞ୍ଚା ଦେବେ ନାହିଁ । ଜନତାଙ୍କ ସମର୍ଥନରେ କଂଗ୍ରେସ ଆଗାମୀ ଦିନରେ ସମସ୍ତ ଚ୍ୟାଲେଞ୍ଜକୁ ପାରି କରି ସଫଳ ହେବ ବୋଲି ସେ ନିଜ ଚିଠିରେ ବାର୍ତ୍ତା ଦେଇଛନ୍ତି। ତାଙ୍କ ଉପରେ ରାଏବରେଲିବାସୀ ପୁଣି ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କୁ  ଧନ୍ୟବାଦ ଦେଇଛନ୍ତି । ଏହାପରେ ଏସପି-ବିଏସପି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇନଥିବାରୁ ଧନ୍ୟବାଦ ଦେଇଛନ୍ତି ।

କଣ ହୋଇପାରେ କାରଣ?

ଆମେଠିରେ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇଛନ୍ତି। ସେହିପରି ରାଏବରେଲିରେ ବିଜେପି ହାରିଥିଲେ ମଧ୍ୟ ପୂର୍ବ ଅପେକ୍ଷା ଭଲ ଭୋଟ ପାଇଥିବା ଦେଖିବାକୁ ମିଳିଛି। ସୋନିଆ ଗାନ୍ଧି ୫ ଲକ୍ଷ ୩୩ ହଜାର ୬୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଦୀନେଶ ପ୍ରତାପ ସିଂହ ୩ ଲକ୍ଷ ୬୫ ହଜାର ୮୩୯ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି।

ଯଦି ୨୦୧୪ ନିର୍ବାଚନକୁ ଦେଖିବା ଏହି ଆସନରୁ ସୋନିଆ ଗାନ୍ଧି ୫ ଲକ୍ଷ ୨୬ ହଜାର ୪୩୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଅଜୟ ଅଗ୍ରଓ୍ୱାଲ ୧ ଲକ୍ଷ ୭୩ ହଜାର ୭୨୧ ଖଣ୍ଡ ଭୋଟ ପାଇଥିଲେ। ଅର୍ଥାତ୍ ଏହି ଆସନରେ ବିଜେପିର ଭୋଟ ବ୍ୟାଙ୍କ ପୂର୍ବ ଅପେକ୍ଷା ବହୁତ ବଢ଼ିଛି।  ସେତେବେଳେ ବିଏସପି ପ୍ରାର୍ଥୀ ୬୩ ହଜାର ୬୩୩ ଖଣ୍ଡ ଭୋଟ ପାଇଥିଲେ।

ଯଦି ଭୋଟ ସଂଖ୍ୟା ହାର ଦେଖିବା ତାହାଲେ ସୋନିଆ ଗାନ୍ଧିଙ୍କ ଭୋଟ ସଂଖ୍ୟା ୨୦୧୪ ତୁଳନାରେ ୩୯ ହଜାର ପାଖାପାଖି ବଢ଼ିଛି। ଏବଂ ଏହା କେବଳ କଂଗ୍ରେସର ନୁହଁ, ବିଏସପି ଓ ଏସପି ସମର୍ଥକଙ୍କ ଭୋଟ ମଧ୍ୟ ସୋନିଆଙ୍କ ଭୋଟ ବ୍ୟାଙ୍କରେ ଯୋଡ଼ି ହୋଇଛି। ହେଲେ ବିଜେପି ଏହି ଆସନରେ ଚଳିତଥର ୨୦୧୪ ତୁଳନାରେ ୨ ଲକ୍ଷରୁ ଅଧିକ ଭୋଟ ପାଇଛି। ଯାହାକି ସୋନିଆ ଗାନ୍ଧିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ରାଜ୍ୟରେ ବିଜେପି ସରକାର ଏବଂ ୮୦ ଭାଗ ସାଂସଦ ବିଜେପିର ହୋଇଥିବା ବେଳେ ଆଗାମୀ ଦିନରେ ଏହି ଆସନର ସ୍ଥିତି ମଧ୍ୟ ଆମେଠି ଭଳି ଯେ ନହେବ ତାହା କହି ହେବନି। ତେଣୁ ଏବେ ଅସ୍ଥିତ୍ୱ ଭୟରେ ସୋନିଆ ଗାନ୍ଧି ଏହି ଭାବପୂର୍ଣ୍ଣ ଚିଠି ଲେଖିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story