ଅଯୋଧ୍ୟାରେ ଗାଈଙ୍କୁ ମିଳିବ ଶୀତବସ୍ତ୍ର

ଅଯୋଧ୍ୟା: ଶୀତ ଆରମ୍ଭ ହେବା ସହ ଏହାର ପ୍ରକୋପରୁ ଗାଈମାନଙ୍କୁ ରଖିବା ପାଇଁ ଅଯୋଧ୍ୟା ପୌର ପାଳିକା ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବାର ଅଛି। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ ବା ଜ୍ୟାକେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ଅଛୁ। ଏହି ସ୍କିମ୍‌ ୩-୪ ଫେଜ୍‌ରେ ଲାଗୁ ହେବ। ପ୍ରଥମେ ବୈଶିଙ୍ଗପୁର […]

cow

Subrat Kumar Nayak
  • Published: Sunday, 24 November 2019
  • , Updated: 24 November 2019, 05:51 PM IST

ଅଯୋଧ୍ୟା: ଶୀତ ଆରମ୍ଭ ହେବା ସହ ଏହାର ପ୍ରକୋପରୁ ଗାଈମାନଙ୍କୁ ରଖିବା ପାଇଁ ଅଯୋଧ୍ୟା ପୌର ପାଳିକା ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବାର ଅଛି।

ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ ବା ଜ୍ୟାକେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ଅଛୁ। ଏହି ସ୍କିମ୍‌ ୩-୪ ଫେଜ୍‌ରେ ଲାଗୁ ହେବ। ପ୍ରଥମେ ବୈଶିଙ୍ଗପୁର ଗାଈ ଆଶ୍ରୟ କେନ୍ଦ୍ରରୁ ଏହା ଆରମ୍ଭ ହେବ। ଏଠାରେ ୧୨୦୦ ଗାଇଗୋରୁ ଅଛନ୍ତି। ୭୦୦ କେବଳ ଷଣ୍ଡ ଅଛନ୍ତି। ବାକି ଗାଈ ଏବଂ ବାଛୁରୀ ଅଛନ୍ତି। ଆମେ ୧୦୦ ଗାଈ କୋଟ୍‌ ପ୍ରଥମେ ମଗାଇଛୁ।

ସେ କହିଛନ୍ତି, ପ୍ରଥମ ଡେଲିଭରୀ ନଭେମ୍ବର ମାସରେ ପହଞ୍ଚିବ। ପ୍ରତିଟି ଗାଈ କୋଟ୍‌ ୨୫୦-୩୦୦ ଟଙ୍କା ପଡ଼ିବ। ବାଛୁରୀଙ୍କ ପାଇଁ ୩ ସ୍ତରର କୋଟ୍‌ ତିଆରି ହେଉଛି। ବାଛୁରୀଙ୍କ ପାଇଁ କଅଁଳିଆ କୋଟ୍‌ ତିଆରି ହେଉଛି। ଏହାର ଉପରି ଭାଗରେ ଝୋଟ ରହିବ, ଯାହାକି ଶରୀରକୁ ଉଷ୍ମତା ଦେବ। ଷଣ୍ଡମାନଙ୍କ ପାଇଁ କେବଳ ଝୋଟରେ କୋଟ୍‌ ତିଆରି ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଅତ୍ୟଧିକ ଥଣ୍ଡାରୁ ସେମାନଙ୍କୁ ରକ୍ଷା କରିବା ପାଇଁ ବନ୍‌ ଫାୟାର ବ୍ୟବସ୍ଥା ମଧ୍ୟ କରାଯିବ। ଚଟାଣରେ ନଡ଼ା ବିଛାଇ ଆଶ୍ରୟସ୍ଥଳ ଉଷୁମ ରଖାଯିବ।

Related story