Advertisment

ପୂଜା ପୂର୍ବରୁ କରୋନା ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେଥିପାଇଁ ଆଜି ମନ୍ତ୍ରଣାଳୟ ସବୁ କାର୍ଯ୍ୟକ୍ରମ ପାଇଁ ଏସ୍‌ଓପି ଜାରି କରିଛି। ୧-ପର୍ବପର୍ବାଣୀରେ ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ […]

ଅଦ୍ୟତନ ହୋଇଛି
ପୂଜା ପୂର୍ବରୁ କରୋନା ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ

dd

Advertisment

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେଥିପାଇଁ ଆଜି ମନ୍ତ୍ରଣାଳୟ ସବୁ କାର୍ଯ୍ୟକ୍ରମ ପାଇଁ ଏସ୍‌ଓପି ଜାରି କରିଛି।

Advertisment

୧-ପର୍ବପର୍ବାଣୀରେ ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ ବୟସ୍କମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

୨-ଗର୍ଭବତୀ ଓ ବିଭିନ୍ନ ରୋଗରେ ପୀଡ଼ିତ ଲୋକମାନଙ୍କୁ ଜନସମାବେଶରେ ସାମିଲ ହେବାକୁ ବାରଣ କରାଯାଇଛି।

Advertisment

୩-ବିଭିନ୍ନ କାର୍ଯ୍ୟକ୍ରମ, ମେଳା, ରାଲି, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥାଗୁଡ଼ିକ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଓ ସାନିଟାଇଜର୍‌ର ବ୍ୟବସ୍ଥା କରିବେ।

୪-ସର୍ବସାଧାରଣରେ ଲୋକମାନେ ଅତିକମରେ ପରସ୍ପର ଠାରୁ ୬ ଫୁଟ ଦୂରତା ଅବଲମ୍ବନ କରିବେ।

୫-ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।

୬-ସମ୍ଭବ ହେଲେ ଲୋକମାନେ ବାରମ୍ବାର ହାତ ସାନିଟାଇଜ କରିବେ।

୭-ସର୍ବସାଧାରଣ ସ୍ଥାନରେ କାଶ କିମ୍ବା ଛିଙ୍କ ହେଲେ ଜଣେ ବ୍ୟକ୍ତି ଯେମିତି ହେଲେ ବି ନିଜ ପାଟି ଏବଂ ନାକକୁ ଘୋଡ଼ାଇ ରଖିବେ। ଏଥିସହ ତୁରନ୍ତ ବ୍ୟବହାର କରିଥିବା ରୁମାଲ, ଟିସୁ ପେପରକୁ ଡଷ୍ଟବିନରେ ପକାଇବେ। ଏଥିସହ ହାତକୁ ସାନିଟାଇଜ କରିବେ।

୮-ସମସ୍ତେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ନିଜେ ମନିଟରିଂ କରିବେ ଓ କିଛି ଅସୁବିଧା ହେଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବେ।

୯-କେହି ବି ବାହାରେ ଛେପ ପକାଇବେ ନାହିଁ।

୧୦-ସମସ୍ତେ ଆରୋଗ୍ୟ ସେତୁ ଆପ୍‌ର ବ୍ୟବହାର କରିବେ।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe