୪ ଦିନ ବିଳମ୍ୱରେ ସ୍ଥଳଭାଗ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଚାରି ଦିନ ବିଳମ୍ୱରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ପୂର୍ବରୁ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ଏବେ ଆଉ ୪ ଦିନ ବିଳମ୍ୱ ହୋଇଛି। ତେଣୁ ଜୁନ୍ ୫ ତାରିଖରେ କେରଳରେ ମୌସୁମୀ ପ୍ରବେଶ କରିବ ବୋଲି ଜଣାପଡ଼ିଛି। ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବା ମାତ୍ରେ ଖରାଦିନ ଶେଷ ହୋଇଥାଏ ଆଉ ବର୍ଷାଋତୁର ଆରମ୍ଭ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ […]

Rain fall

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 07:18 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଚାରି ଦିନ ବିଳମ୍ୱରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ପୂର୍ବରୁ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ଏବେ ଆଉ ୪ ଦିନ ବିଳମ୍ୱ ହୋଇଛି। ତେଣୁ ଜୁନ୍ ୫ ତାରିଖରେ କେରଳରେ ମୌସୁମୀ ପ୍ରବେଶ କରିବ ବୋଲି ଜଣାପଡ଼ିଛି।

ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବା ମାତ୍ରେ ଖରାଦିନ ଶେଷ ହୋଇଥାଏ ଆଉ ବର୍ଷାଋତୁର ଆରମ୍ଭ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ । ତେବେ ଏହା ସବୁ ବର୍ଷ ଏହି ନିର୍ଦ୍ଦିଷ୍ଟ ତାରିଖରେ ପହଞ୍ଚେ ନାହିଁ ଏବଂ ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟି ଏହା ଆଗପଛ ହୋଇଥାଏ। ଏହି ଆଗପଛର ଏକ ମାନକ ବ୍ୟତିକ୍ରମ ନିର୍ଣ୍ଣୟ କରାଯାଇଛି ଯାହା ସାତ ଦିନ ବା ଏକ ସପ୍ତାହ । ଅର୍ଥାତ ଜୁନ ୧ର ସାତ ଦିନ ପୂର୍ବରୁ କିମ୍ବା ପରେ ମୌସୁମୀ ପ୍ରବାହ ମଧ୍ୟ ହୋଇପାରେ।

ଭାରତୀୟ ମୌସୁମୀ ଅଞ୍ଚଳରେ ପ୍ରଥମ ମୌସୁମୀ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ। ଏହାପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅତିକ୍ରମ କରେ। ନୂଆ ସ୍ୱାଭାବିକ ମୌସୁମୀ ତାରିଖ ଅନୁସାରେ ମେ ୨୨ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପହଞ୍ଚିଥାଏ। ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ସ୍ୱଷ୍ଟ ଦୃଶ୍ୟମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବା ସହ ମେ ୧୬ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କେତେକ ଅଞ୍ଚଳକୁ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବେଶ କରିବାର ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି।

Related story