ପଣ୍ଡୁବୀ ପ୍ରୋଜେକ୍ଟରୁ ଜାପାନ ଓ ସ୍ପେନ ବାଦ୍‌

ନୂଆଦିଲ୍ଲୀ: ଭାରତୀୟ ନୌସେନାର ମହତ୍ତ୍ୱକାଂକ୍ଷୀ ପଣ୍ଡୁବୀ ପ୍ରୋଜେକ୍ଟ ରେସ୍‌ରୁ ଜାପାନ ଓ ସ୍ପେନ୍ ବାଦ ପଡିଛନ୍ତି। ୭୦ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟରେ ଭାରତ ୬ଟି ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି। ଭାରତ ଏହାକୁ ବିଦେଶୀ ଜାହାଜ ନିର୍ମାଣକାରୀ ସଂସ୍ଥାଙ୍କ ସହ ମିଶି ତିଆରି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜାପାନ ଓ ସ୍ପେନ୍‌ର ଜାହାଜ ନିର୍ମାଣକାରୀ ସଂସ୍ଥା ଉତ୍ତର ଦେଇ ନଥିବାରୁ ଏହି ରେସ୍‌ରୁ ବାଦ ପଡିଯାଇଚନ୍ତି। ମିଳିଥିବା ଖବର ଅନୁଯାୟୀ, […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 04:21 PM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ମହତ୍ତ୍ୱକାଂକ୍ଷୀ ପଣ୍ଡୁବୀ ପ୍ରୋଜେକ୍ଟ ରେସ୍‌ରୁ ଜାପାନ ଓ ସ୍ପେନ୍ ବାଦ ପଡିଛନ୍ତି। ୭୦ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟରେ ଭାରତ ୬ଟି ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି। ଭାରତ ଏହାକୁ ବିଦେଶୀ ଜାହାଜ ନିର୍ମାଣକାରୀ ସଂସ୍ଥାଙ୍କ ସହ ମିଶି ତିଆରି କରିଛନ୍ତି।

ନିର୍ଦ୍ଧାରିତ ସମୟ ମଧ୍ୟରେ ଜାପାନ ଓ ସ୍ପେନ୍‌ର ଜାହାଜ ନିର୍ମାଣକାରୀ ସଂସ୍ଥା ଉତ୍ତର ଦେଇ ନଥିବାରୁ ଏହି ରେସ୍‌ରୁ ବାଦ ପଡିଯାଇଚନ୍ତି। ମିଳିଥିବା ଖବର ଅନୁଯାୟୀ, ପ୍ରୋଜେକ୍ଟ ପାଇଁ ନବଲ ଗ୍ରୁପ୍‌- ଡିସିଏନ୍‌ଏସ୍ (ଫ୍ରାନ୍ସ), ଥିସେନକ୍ରୁପ ମରୀନ ସିଷ୍ଟମ (ଜର୍ମାନୀ), ରୋଜମୋରୋନ ଏକ୍ସପୋର୍ଟ ରୁବିନ୍ ଡିଜାଇନ୍ ବ୍ୟୁରୋ (ରୁଷ) ଓ ସାବ କୋକମ (ସ୍ୱୀଡେନ୍) ପ୍ରଭୃତି ଜାହାଜ ନିର୍ମାଣକାରୀ କମ୍ପାନୀ ଭାରତୀୟ ନୌସେନା ଦ୍ୱାରା ଜାରି କରାଯାଇଥିବା ଆରଏଫ୍‌ଆଇର ଉତ୍ତର ଦେଇଛନ୍ତି।

ଭାରତ ଏହି ପଣ୍ଡୁବୀ କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ-୭୫ (ଇଣ୍ଡିଆ) ନାମ ଦେଇଛି। ଏହି ପ୍ରୋଜେକ୍ଟକୁ ୧୦ ବର୍ଷ ପୂର୍ବେ ୨୦୦୭ ନଭେମ୍ୱରରେ ମଞ୍ଜୁରୀ ମିଳିଥିଲା। ଏହି ବୁଡାଜାହାଜ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍‌ସର ଲେସ୍ ହେବ। ପୂର୍ବରୁ ରୁଷ, ଜର୍ମାନୀ ଓ ଫ୍ରାନ୍ସ ସହ ମିଶି ଭାରତ ବୁଡାଜାହାଜ ନିର୍ମାଣ କରିଛି।

Related story