ଏମିତି କ୍ୟାପସୁଲ୍‌ ଯାହା ପେଟକୁ ଗଲେ ଡାକ୍ତରଙ୍କୁ ଆସିବ ଏସ୍‌ଏମ୍‌ଏସ୍‌ ଆଲର୍ଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୌଣସି ରୋଗ ହେଲେ ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ । ତେବେ ରୋଗୀ ଠିକ୍‌ ସମୟରେ ଔଷଧ ଖାଉଛନ୍ତି କି ନାହିଁ ସେ ନେଇ ଜଣାପଡିବା କାଠିକର ପାଠ । ତେବେ ବିଶେଷଜ୍ଞମାନେ ଏହାର ମଧ୍ୟ ଉପାୟ ବାହାର କରିଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆମେରିକା ଡିଜିଟାଲ ଟ୍ରାକିଂ ଉପକରଣ ମାଧ୍ୟମରେ ଏମିତି ଏକ କ୍ୟାପସୁଲ ତିଆରି […]

pill_1_1510736347_618x347

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 12:27 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୌଣସି ରୋଗ ହେଲେ ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ । ତେବେ ରୋଗୀ ଠିକ୍‌ ସମୟରେ ଔଷଧ ଖାଉଛନ୍ତି କି ନାହିଁ ସେ ନେଇ ଜଣାପଡିବା କାଠିକର ପାଠ । ତେବେ ବିଶେଷଜ୍ଞମାନେ ଏହାର ମଧ୍ୟ ଉପାୟ ବାହାର କରିଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆମେରିକା ଡିଜିଟାଲ ଟ୍ରାକିଂ ଉପକରଣ ମାଧ୍ୟମରେ ଏମିତି ଏକ କ୍ୟାପସୁଲ ତିଆରି କରିଛି ଯାହା ରୋଗୀର ଖାଦ୍ୟ ଗ୍ରହଣ ଓ ଔଷଧ ସେବନର ଗତିବିଧି ସମ୍ପର୍କରେ ଡାକ୍ତରଙ୍କୁ ଅବଗତ କରାଇପାରିବ । ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ କହିବା ମୁତାବକ ଏହି ଔଷଧର ନାଁ ହେଉଛି ‘ଏବିଲିଫାଇ ମାଇସାଇଟ୍‌’ । ଏହାକୁ ସ୍ୱତନ୍ତ୍ର ଭାବ ସିଜୋଫ୍ରେନିଆ ବାୟୋପୋଲାର ଏବଂ ମାନସିକ ଅବସାଦଗ୍ରସ୍ତ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ଏହା ସେବନ କରିସାରିବା ପରେ ପେଟରେ ଥିବା ଏନ୍‌ଜାଇମ୍‌ ସମ୍ପର୍କରେ ଏହା ଆସି ସକ୍ରିୟ ହୋଇଯାଇଥାଏ । ଏହା ମାଧ୍ୟମରେ ଔଷଧ ସେବନ ସମ୍ପର୍କରେ ଏକ ମେସେଜ୍‌ ଡାକ୍ତରଙ୍କ ପାଖକୁ ଯାଇଥାଏ ବୋଲି ଦାବି କରାଯାଇଛି । ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଏକ ୱେବପୋର୍ଟଲ୍ ମାଧ୍ୟମରେ ଏ ବାବଦରେ ଅବଗତ କରାଇବାର ବ୍ୟବସ୍ଥା ହୋଇଛି ।

 

Related story