ଯାତ୍ରୀଙ୍କ ପାଇଁ ଶୁଭ ଖବର : ପାର୍ବଣରେ ଚାଲିବ ୪୦୦୦ ସ୍ପେଶାଲ ଟ୍ରେନ୍‌

ନୂଆଦିଲ୍ଲୀ: ରେଲୱେର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଗକୁ  ପାର୍ବଣର ଋତୁ ଆସୁଥିବାରୁ ୪୦୦୦ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଛି। ବିଶେଷ କରି ଦଶହରା, ଦୀପାବଳୀ ଏବଂ ଛଟ୍‌ ପୂଜା ଅବସରରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ତେବେ ଏଥିରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି। ଆଗକୁ ପୂଜା ବଜାର ଆସୁଥିବାରୁ ବିଭିନ୍ନ ସ୍ଥାନରେ କାମ କରୁଥିବା ଲୋକେ ଛୁଟି ନେଇ ନିଜ ନିଜ ଗନ୍ତବ୍ୟସ୍ତଳକୁ ଫେରିବେ। […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 06:06 PM IST

ନୂଆଦିଲ୍ଲୀ: ରେଲୱେର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଗକୁ  ପାର୍ବଣର ଋତୁ ଆସୁଥିବାରୁ ୪୦୦୦ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଛି। ବିଶେଷ କରି ଦଶହରା, ଦୀପାବଳୀ ଏବଂ ଛଟ୍‌ ପୂଜା ଅବସରରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ତେବେ ଏଥିରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି। ଆଗକୁ ପୂଜା ବଜାର ଆସୁଥିବାରୁ ବିଭିନ୍ନ ସ୍ଥାନରେ କାମ କରୁଥିବା ଲୋକେ ଛୁଟି ନେଇ ନିଜ ନିଜ ଗନ୍ତବ୍ୟସ୍ତଳକୁ ଫେରିବେ।  ଫଳରେ ଟ୍ରେନ୍‌ରେ ଭିଡ଼ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ପଦକ୍ଷେପ ନିଆଯିବା ପାଇଁ ବିଚାର କରାଯାଇଛି।  ଏତେ ସଂଖ୍ୟାରେ ସ୍ପେଶାଲ ଟ୍ରେନ ଚାଲିବାକୁ ନିଷ୍ପତି ନିଆଯାଇଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିବ। ତେଣୁ କେତେକ ସାଧାରଣ(ଲୋକପ୍ରିୟ ନୁହଁ) ଟ୍ରେନ୍‌କୁ ବାତିଲ କରାଯିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।  ସେହିପରି ୩୦୬ ନିୟମିତ ଟ୍ରେନ୍‌ରେ ଅତିରିକ୍ତ ବଗି ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୩୦ ଅକ୍ଟୋବରରୁ ଏହି ସେବା ଉପଲବ୍ଧ ହେବ। ତେବେ ଏହି ସୁବିଧା ପାଇବାକୁ ଚାହୁଁଥିବା  ଯାତ୍ରୀଙ୍କୁ ଟିକଟ ମୂଲ୍ୟରୁ ଅଧିକ ୩୦ ପ୍ରତିଶତ ଚାର୍ଜେସ ଦେବାକୁ  ପଡ଼ିବ।

Related story